ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୬ ଜୀବନ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ରାଜ୍ୟରେ ପୁଣି ଥରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌। ଶନିବାର ରାଜ୍ୟରେ କରୋନାଜନିତ ୬୬ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬,୮୨୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କଟକ ଜିଲାରୁ ସର୍ବାଧିକ ୧୫, ନୟାଗଡ଼ରୁ ୧୨ ଓ କେନ୍ଦ୍ରପଡ଼ାରୁ ୯ଜଣ ପ୍ରାଣ ହରାଇଛନ୍ତି। ସେହପରି ଅନୁଗୁଳରୁ ୫, ନବରଙ୍ଗପୁରରୁ ୪ ଏବଂ ଯାଜପୁର, ଖୋର୍ଦ୍ଧା ଓ ସମ୍ବଲପୁର ଜିଲାରୁ ୩ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିଭଳି ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ଜଗତସିଂହପୁର ଓ ପୁରୀ ଜିଲାରୁ ୨ଜଣ ଲେଖାଏ ଏବଂ କୋରାପୁଟ ଓ ମୟୁରଭଞ୍ଜରୁ ଜଣେ ଲେଖାଏ ଆକ୍ରାନ୍ତ ମୃତ୍ୟୁ ହୋଇଛି।

 

Share