ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୪ ଜୀବନ

ଭୁବନେଶ୍ୱର,୭।୮(ବ୍ୟୁରୋ): ରାଜ୍ୟରେ ପୁଣି ଥରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ହେଲେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍‌। ଶନିବାର ରାଜ୍ୟରେ କରୋନାଜନିତ ୬୪ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬,୩୬୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୭ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ କେବଳ ଭୁବନେଶ୍ୱରରୁ ୨୦ଜଣ ରହିଛନ୍ତି। ସେହିପରି କଟକରୁ ୧୭, ବାଲେଶ୍ୱରରୁ ଓ କେନ୍ଦୁଝରରୁ ୪ଜଣ, ମୟୁରଭଞ୍ଜରୁ ୩ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସେହିଭଳି ଅନୁଗୋଳ, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢ଼େଙ୍କାନାଳ, ଗଞ୍ଜାମ, କେନ୍ଦ୍ରପଡ଼ା, ନୟାଗଡ଼, ଓ ପୁରୀ ଜିଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Share