ପୁଣି କରୋନା ଗ୍ରାଫ୍‌ ଉପରମୁହାଁ: ଗତ ୨୪ଘଣ୍ଟାରେ ୪୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ,୩୯୯୮ ମୃତ

ନୂଆଦିଲ୍ଲୀ,୨୧।୭: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିିଛି। ଗତ ୧୨୫ ଦିନ ପରେ ମଙ୍ଗଳବାର ଦେଶରେ ୩୦ହଜାର ୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୪ଜଣଙ୍କର ମୃତ୍ୟୁ ଘଟିଥିଲା। ହେଲେ ବୁଧବାର ଏହି ସଂଖ୍ୟାରେ ବୃଦ୍ଧି ଘଟି ୪୦ହଜାରରୁ ଊର୍ଦ୍ଧ୍ୱ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୪୨,୦୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୯୮ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗତ ୨୪ଘଣ୍ଟାରେ ୩୬,୯୭୭ଜଣ ଆକ୍ରାନ୍ତ କରୋନାରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ମୋଟ ୩କୋଟି ୧୨ଲକ୍ଷ ୧୪ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ଲକ୍ଷ ୧୮ହଜାର ୪୮୦ଲୋକଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ୪ଲକ୍ଷ ୭ହଜାର ଆକ୍ଟିଭ କେସ୍‌ ରହିଛି।

 

Share