Categories: ଜାତୀୟ

ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୪୩ ଲକ୍ଷରୁ ଅଧିକ ଲୋକେ ନେଇଛନ୍ତି କରୋନା ଟିକା

ନୂଆଦିଲ୍ଲୀ,୬।୪: ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଲକ୍ଷରୁ ଅଧିକ ଲୋକଙ୍କୁ ଆଣ୍ଟି-କୋଭିଡ ଟିକା ଦିଆଯାଇଛି। ଏହି ଗୋଟିଏ ଏହା ସର୍ବାଧିକ ବୋଲି ଜଣାପଡିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ସମୁଦାୟ ୮,୩୧,୧୦,୯୨୬ ଡୋଜ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୪୩,୦୦,୯୬୬ ଡୋଜ ଦିଆଯାଇଥିଲା। ସେଥିମଧ୍ୟରୁ ୩୯,୦୦,୫୦୫ ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଥିଲା ଏବଂ ୪,୦୦,୪୬୧ ଲୋକଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଥିଲା। ମୋଟ ଟିକା ମଧ୍ୟରୁ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କର୍ନାଟକ, ମଧ୍ୟପ୍ରଦେଶ ଏବଂ କେରଳରେ ୬୦ ପ୍ରତିଶତ ଡୋଜ ଦିଆଯାଇଛି। ତଥ୍ୟ ଅନୁଯାୟୀ, ଦେଶର ମୋଟ ୮,୩୧,୧୦,୯୨୬ ଟିକା ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୮୧,୨୭,୨୪୮ ଡୋଜ ଦିଆଯାଇଛି। ଏହା ପରେ ଗୁଜରାଟରେ ୭୬,୮୯,୫୦୭ ଟିକା, ରାଜସ୍ଥାନରେ ୭୨,୯୯,୩୦୫ ଉତ୍ତରପ୍ରଦେଶରେ ୭୧,୯୮,୩୭୨ ଏବଂ ପଶ୍ଚିମବଙ୍ଗରେ ୬୫,୪୧,୩୭୦ ଟିକା ଦିଆଯାଇଛି।

Share