Categories: ଜାତୀୟ

ଗତ ୨୪ଘଣ୍ଟାରେ ଜେଡିୟୁରେ ସାମିଲ ହେଲେ ଆରଜେଡିର ୩ ବିଧାୟକ

ପାଟନା,୧୭।୮: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଅଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଗୋଟିଏ ଦିନରେ ଜେଡିୟୁର ଜଣେ ମନ୍ତ୍ରୀ ଆରଜେଡିରେ ଯୋଗଦେଇଥିବା ବେଳେ ଏବେ ଆରଜେଡିକୁ ଆଉ ଜଣେ ବିଧାୟକ ଝଟ୍‌କା ଦେଇଛନ୍ତି। ସାସାରାମର ଆରଜେଡି ବିଧାୟକ ଅଶୋକ କୁମାର କୁଶଓ୍ବାହା ଏବେ ବାଜି ଓଲଟାଇ ଦେଇଛନ୍ତି। ଏବେ ସେ ଜେଡିୟୁରେ ସାମିଲ ହୋଇଯାଇଛନ୍ତି। ସେହିପରି ଆରଜେଡିର ଯେଉଁ ୩ଜଣ ବିଧାୟକ ପ୍ରେମା ଚୌଧୁରୀ, ମହେଶ୍ୱର ଯାଦବ ଓ ଫରାଜ ଫାତମିଙ୍କୁ ଦଳ ବିରୋଧି ଗତିବିଧି ଅଭିଯୋଗରେ ୬ବର୍ଷ ପାଇଁ ନିଲମ୍ବିତ କରାଯାଇଥିଲା, ସେମାନେ ମଧ୍ୟ ଜେଡିୟୁର ହାତ ଧରିବେ। ତେବେ ମୋଟ ୪ଜଣଙ୍କ ମଧ୍ୟରୁ ସୋମବାର ୩ଜଣ ଜେଡିୟୁରେ ସାମିଲ ହୋଇଥିବା ବେଳେ ଫରାଜ ଫାତମି ଏବେ ସାମିଲ ହେବେ ନାହିଁ ବୋଲି ସୂଚନା ରହିଛି। ତେବେ ଅଶୋକ, ପ୍ରେମା ଓ ମହୋବର ଜେଡିୟୁ କାର୍ଯ୍ୟାଳରେ ପହଞ୍ଚି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ମନ୍ତ୍ରୀ ବିଜେନ୍ଦ୍ର ଯାଦବ ତାଙ୍କୁ ସଦସ୍ୟତା ଗ୍ରହଣ କରାଇଥିବା ଜଣାପଡ଼ିଛି।

Share