ଚାଇନାରେ ଗତ ୩ ମାସରେ ୧୩୦ ସବ୍‌-ଭାରିଆଣ୍ଟ ତାଣ୍ଡବ: ନୂଆ ଆକ୍ରାନ୍ତଙ୍କ ମୁହଁ-ଜିଭରେ କଳାଦାଗ…

ବେଜିଂ,୨୪।୧୨ : ଚାଇନା ବର୍ତ୍ତମାନ ଏହାର ସବୁଠାରୁ କଠିନ ସମୟ ଦେଇ ଗତି କରୁଛି। କରୋନା ମହାମାରୀର ନୂଆ ଲହର ଚାଇନାରେ ତାଣ୍ଡବ ସୃଷ୍ଟି କରିଛି। ପ୍ରତିଦିନ ଯେଉଁ ପ୍ରକାରର ମାମଲା କ୍ରମାଗତ ଭାବରେ ଚିହ୍ନଟ ହେଉଛି। ତାହା ଭୟଙ୍କର ଅଟେ। ଆକ୍ରାନ୍ତଙ୍କ ମୁହଁ-ଜିଭରେ କଳାଦାଗ ଦେଖା ଯାଉଛି।

ଜଣେ ମହିଳା ତାଙ୍କ ଫଟୋ ଶେୟାର କରି ଲେଖିଛନ୍ତି ଯେ ତାଙ୍କ ମୁହଁ ଏବଂ ଜିଭ ରଙ୍ଗ କଳା ହୋଇଯାଇଛି। ତାଙ୍କ ଶରୀର ଫୁଲି ଯାଇଛି ଏବଂ ଯନ୍ତ୍ରଣା ହେଉଛି। କୁହାଯାଉଛି ଯେ ଚାଇନାର ଡାକ୍ତରଖାନାଗୁଡ଼ିକ ଗୋଟିଏ ଶଯ୍ୟା ପାଇଁ ରୋଗୀଙ୍କଠାରୁ ଏକ ଲକ୍ଷ ୭୭ ହଜାର ୮୦୨ଟଙ୍କା ଆଦାୟ କରୁଛନ୍ତି। ଡାକ୍ତରଖାନା ପଞ୍ଜୀକରଣ ପାଇଁ ରୋଗୀଙ୍କ ଠାରୁ ୨୩ ହଜାର ୭୧୧ ଟଙ୍କା ନିଆଯାଉଛି। ମହାମାରୀ ପୂର୍ବର ଖର୍ଚ୍ଚ ତୁଳନାରେ ଏହା ପ୍ରାୟ ଦୁଇଗୁଣ ଅଟେ।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦ ସୁଦ୍ଧା ଚାଇନାର ଜନସଂଖ୍ୟାର ୨୮ ପ୍ରତିଶତ ଅର୍ଥାତ ୨୪୮ ନିୟୁତ ଜନସଂଖ୍ୟା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବ୍ଲୁମବର୍ଗ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଏହି ସପ୍ତାହରେ ଗୋଟିଏ ଦିନରେ ୩୭ ନିୟୁତ କରୋନା ମାମଲା ରିପୋର୍ଟ ହେବାର ଆଶଙ୍କା ରହିଛି। ାକେବଳ ଚୀନ ନୁହେଁ ସମଗ୍ର ବିଶ୍ୱ ପାଇଁ ଏହା ହେଉଛି ସବୁଠାରୁ ବଡ ଆତଙ୍କ। ଏହା ବ୍ୟତୀତ, ଅନ୍ୟ ଏକ ବଡ କଥା ଅନୁଯାୟୀ, ଗତ ତିନି ମାସ ମଧ୍ୟରେ ଚାଇନାରେ କରୋନା ଓମିକ୍ରନ ର ଗୋଟିଏ କିମ୍ବା ଦୁଇଟି ନୁହେଁ, ୧୩୦ ଟି ସବ-ଭାରିଆଣ୍ଟ ସାମ୍ନାକୁ ଆସିଛି। ଏହି ପ୍ରକାରଗୁଡିକ ମଧ୍ୟରୁ ବିକ୍ୟୁ.୧ ଏବଂ ଏକ୍ସବିବି ଷ୍ଟ୍ରେନ, ଚାଇନା ବ୍ୟତୀତ, ଆମେରିକା, ବ୍ରିଟେନ ଏବଂ ସିଙ୍ଗାପୁରରେ ମଧ୍ୟ ଦେଖିବାକୁ ମିଳିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ ଚାଇନାରେ ପରିସ୍ଥିତି ବେକାବୁ ହେବାର ୧୦୦ ପ୍ରତିଶତ ଆଶଙ୍କା ଥିବାବେଳେ ଏହି ସମୟ ମଧ୍ୟରେ ଚାଇନା ପକ୍ଷରୁ କୁହାଯାଇଛି ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସମ୍ବଳର ଅଭାବ ନାହିଁ।

Share