Categories: ଜାତୀୟ

୫ ଦିନରେ ୯ ଟପ୍‌ ଆତଙ୍କବାଦୀ କମାଣ୍ଡରଙ୍କ ମୁଣ୍ଡ ଗଡ଼ିଛି…

ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରରେ ଅପରେଶନ୍‌ ଅଲ୍‌ ଆଉଟ୍‌ ଅନ୍ତର୍ଗତ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ଧରଣର ସଫଳତା ମିଳିଛି। ଅକ୍ଟୋବର ୮ରୁ ୧୩ ଗତ ୫ ଦିନ ମଧ୍ୟରେ ୯ ଜଣ ଟପ୍‌ ଆତଙ୍କବାଦୀ କମାଣ୍ଡରଙ୍କ ମୁଣ୍ଡ ଗଡ଼ିଛି। ସେମାନେ ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ରହିଥିଲେ। ଅକ୍ଟୋବର ୮ରେ ଶୋପିଆନ୍‌ରେ ହିଜିବୁଲ ମୁଜାହିଦ୍ଦିନ୍‌ ସଦସ୍ୟ ଅକିବ ବଶିରଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା।

ଅକ୍ଟୋବର ୧୧ରେ ବନ୍ଦିପୋରାରେ ଳଶ୍କର-ଇ-ତୋଏବା ଆତଙ୍କବାଦୀ ଇମତିଆଜ୍‌ ଅହମ୍ମଦ ଡାର ଏବଂ ଅନନ୍ତନାଗରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ପାଓ୍ବର ଗନି ଡାରଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ଅକ୍ଟୋବର ୧୨ରେ ଶୋପିଆନ୍‌ରେ ଲଶ୍କର ଆତଙ୍କବାଦୀ ଦାନିଶ ହୁସେନ୍‌ ଡାର, ହିଜିବୁଲ୍‌ ଆତଙ୍କବାଦୀ ପାଓ୍ବର ହସନ ନାଇକ ଏବଂ ଖୁବୈବ୍‌ ଅହମ୍ମଦ ନେଙ୍ଗରୁ, ଲଶ୍କର-ଟିଆରଏଫ୍‌ ଆଙ୍କବାଦୀ ମୁଖତାର ଅହମ୍ମଦ ଶାହା ଏବଂ, ଉବେଦ ଅହମ୍ମଦ ଡାରଙ୍କ ମୃତ୍ୟୁ ଏନ୍‌କାଉଣ୍ଟରରେ ଘଟିଥିଲା।

ଅକ୍ଟୋବର ୧୩ରେ ଅଓ୍ବନ୍ତିପୋରାରେ ଜୈଶ୍‌ ଆତଙ୍କବାଦୀ ଶମଶିନ୍‌ ଅହମ୍ମଦ ସୌଫିଙ୍କୁ ମିଳିତ ସୁରକ୍ଷାକର୍ମୀ ଏନ୍‌କାଉଣ୍ଟର କରିଛନ୍ତି।

Share