ଶେଷଦିନରେ ଦୁଇ ଦଳର ପ୍ରଚାର ଜୋର୍‌ଦାର

ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସିରେ ପ୍ରଚାର ଶେଷଦିନରେ ଦୁଇଦଳର ଜୋର୍‌ଦାର ପ୍ରଚାର ଚାଲିଛି। ପୋଲିସର କଡ଼ା ସୁରକ୍ଷା ବଳୟ ଭିତରେ ପ୍ରଚାର ରାଲି ବାହାରି ଥିଲା। ଓଡ଼ିଶାରେ ୨୦ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟୟ ନିର୍ବାଚନ। ତେଣୁ ୧୮ତାରିଖରେ ସରୁଛି ପ୍ରଚାର ପ୍ରସାର। ଯାହାକୁ ନେଇ ରାଜନୈତିକ ଦଳଗୁଡିକ ପ୍ରଚାର ପ୍ରସାର ଜୋରଦାର କରିଛନ୍ତି। ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ନିର୍ମଳଝରଠାରୁ ବାଇକ୍‌ ରାଲିରେ ବାହାରି ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ଓ୍ବାର୍ଡ ବୁଲି ପ୍ରଚାର ପ୍ରସାର କରିଛନ୍ତି।

ସେହିଭଳି ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟ ନିଜ ଖଲ୍ଲିକୋଟ ବାସଭବନଠାରୁ ବାହାରି ଓ୍ବାର୍ଡକୁ ଓ୍ବାର୍ଡ ବୁଲି ପ୍ରଚାର କରିଥିଲେ। ତେବେ ୧୫ ତାରିଖରେ ଖଲ୍ଲିକୋଟରେ ରାଜନୈତିକ ହିଂସା ଦେଖା ଦେଇଥିବା ବେଳେ ପ୍ରଚାର ପ୍ରସାର ଧିମେଇ ଯାଇଥିଲା। ଯେହେତୁ ଶନିବାର ପ୍ରଚାର ପ୍ରସାର ଶେଷଦିନ ତେଣୁ ଦୁଇ ଦଳ ପ୍ରଚାର ପ୍ରସାରକୁ ଜୋର୍‌ଦାର କରିଛନ୍ତି। ଖଲ୍ଲିକୋଟରେ ପ୍ରାକ୍‌ ରାଜନୈତିକ ହିଂସା ପରେ ଶେଷ ଦିନରେ ଦୁଇଦଳର ପ୍ରଚାର ସମୟରେ ଖଲ୍ଲିକୋଟରେ ପ୍ରତି ଛକରେ ପୋଲିସ ମୁତୟନ ହୋଇଥିବାର ଦେଖିବାକୁ ମିଳିଛି। କିପରି ପ୍ରଚାରର ଶେଷଦିନରେ ଆଉ କୌଣସି ହିଂସା ନ ଘଟୁ ଏହା ପ୍ରତି ନିର୍ବାଚନ କମିଶନ ଓ ପୋଲିସ ପ୍ରଶାସନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁରୁଖୁରୁରେ ନିର୍ବାଚନ ହେବ ବୋଲି ଦୁଇ ଦଳର ପ୍ରାର୍ଥୀ ପ୍ରକାଶ କରିଥିଲେ।