Categories: ଜାତୀୟ

ବଢିଛି ବାଘ ମୃତ୍ୟୁ ସଂଖ୍ୟା, ଗତବର୍ଷ ୧୨୭ ବାଘଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୧ ।୨: ଦେଶରେ ଗତବର୍ଷ ବିଭିନ୍ନ କାରଣରୁ ୧୨୭ ବାଘଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୨୦୨୦ରେ ଏହି ସଂଖ୍ୟା ୧୦୬ ଥିବା ବେଳେ ୨୦୧୯ରେ ଥିଲା ୯୬ । ହେଲେ ପ୍ରତିବର୍ଷ ଏହି ସଂଖ୍ୟାରେ ବୃଦ୍ଧି ହେଉଥିବା ଚିନ୍ତାର କାରଣ ହୋଇଛି । ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ବାଘ ମୃତ୍ୟୁର ବିଭିନ୍ନ କାରଣ ରହିଛି । କେତେକଙ୍କର ବୃଦ୍ଧାବସ୍ଥାଯୋଗୁ ମୃତ୍ୟୁ ହୋଇଛି, କେତେକ ପସସ୍ପର ମଧ୍ୟରେ ସଂଘର୍ଷ ଯୋଗୁ ଜୀବନ ହାରିଛନ୍ତି, ବିଜୁଳି କରେଣ୍ଟ ଯୋଗୁ, ରୋଗ ଓ ଦୁର୍ଘଟଣା ଯୋଗୁ ବି କିଛି ବାଘଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜଙ୍ଗଲରେ ବାଘଙ୍କ ଜୀବନ ୧୦-୧୨ ବର୍ଷ । ସରକାର ମାନବ ଓ ବନ୍ୟଜୀବଙ୍କ ସୁରକ୍ଷା ତଥା ସଂଘର୍ଷକୁ ରୋକିବାକୁ ସର୍ବଦା ପ୍ରୟାସ କରୁଛନ୍ତି । ଅବୈଧ ଶିକାରକୁ ନେଇ ବି କଠୋର କାର୍ଯ୍ୟାୁଷ୍ଠାନ ନିଆଯାଇଛି । ଏହାପରେ ଦେଶରେ ବାଘଙ୍କ ସଂଖ୍ୟା ଦୁଇଗୁଣା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Share