Posted inଜାତୀୟ

ମହାରାଷ୍ଟ୍ର ବିଧାନସଭାରେ ମାଟି କାମୁଡି ପଡିବ ଭାଜପା, ହୋଇଯିବ ବଡ଼ ଖେଳ, ତାଜୁବ କଲା ସର୍ଭେ

ମହାରାଷ୍ଟ୍ର ବିଧାନସଭାରେ ମାଟି କାମୁଡି ପଡିବ ଭାଜପା, ହୋଇଯିବ ବଡ଼ ଖେଳ, ତାଜୁବ କଲା ସର୍ଭେ
ମୁମ୍ବାଇ,୮।୫: ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଅଣ୍ଟା କଷି ସାରିଲେଣି ସବୁ ଦଳ। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର କଥା କଟାକଟିି ଜାରି ରହିଥିବାବେଳେ ଭେଟେରାନ ନେତାମାନେ ମଧ୍ୟ ପରସ୍ପରକୁ ଭେଟୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏସବୁ ମଧ୍ୟରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଦୁଇଟି ସର୍ଭେ ହୋଇଛି ଯାହା ସମସ୍ତଙ୍କୁ ତାଜୁବ କରିଛି।

ପ୍ରଥମ ସର୍ଭେ କରିଥିବା ଏଜେନ୍ସି ମହାରାଷ୍ଟ୍ର ସମ୍ପର୍କରେ ଭାଜପାର ଆଭ୍ୟନ୍ତରୀଣ ସର୍ଭେ କରିଛି ବୋଲି ଦାବି କରିଛି। ଏହି ସର୍ଭେରେ ଭାଜପା ୬୫ରୁ ୫୫ ସିଟ ପାଇବ ବୋଲି ଆକଳନ କରାଯାଇଛି। ମହାରାଷ୍ଟ୍ରରେ ୨୮୮ଟି ସିଟ ଅଛି, ସେଥିମଧ୍ୟରୁ ଭାଜପା କେବଳ ୫୫ଟି ସିଟ ଜିତିପାରିବ। ଏହାପୂର୍ବରୁ ୨୦୧୯ରେ, ଭାଜପା ୧୦୫ଟି ସିଟ ଏବଂ ୨୦୧୪ରେ ୧୨୨ଟି ସିଟ ଜିତିଥିଲା। ଯଦି ଆମେ ଏହି ସଂଖ୍ୟାକୁ ଦେଖିବା, ତେବେ ଏହି ସର୍ଭେ ଭାଜପାର ମୁଣ୍ଡବିନ୍ଧାର କାରଣ ସାଜିପାରେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପୁଣିଥରେ ଭାଜପାର ସମର୍ଥନରେ ସରକାରକୁ ଫେରିବେ ବୋଲି ଆତ୍ମବିଶ୍ୱାସୀ ଥିବାବେଳେ ଏହି ସର୍ଭେରେ ମହାବିକାଶ ଅଗାଡିକୁ ଭଲ ସଂଖ୍ୟକ ସିଟ ମିଳିବ ବୋଲି ଆକଳନ କରାଯାଇଛି।

ଦ୍ୱିତୀୟ ସର୍ଭେରେ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଛି। ତେବେ ମୁମ୍ବାଇର ୩୬ଟି ଆସନରେ ଏହା କରାଯାଇଛି। ଯେଉଁଥିରେ MVA ୧୭ ଟି ଆସନ ଏବଂ ମହାୟୁଟି ୧୩ଟି ସିଟ ପାଇବ ବୋଲି ଆକଳନ କରାଯାଇଛି। ତେବେ ୨୦୧୯ରେ ମହାୟୁତି ୧୯ଟି, ଭାଜପା ୧୧, କଂଗ୍ରେସ ୪, ଏନସିପି ୧ ଏବଂ ଏସପି ଗୋଟିଏ ସିଟ ଜିତିଥିଲେ। ଯଦି ଆମେ ଏହି ସର୍ଭେର ଆକଳନକୁ ଦେଖିବା, ତେବେ ଏହା ସ୍ପଷ୍ଟ ହୋଇଯାଉଛି ଯେ ଏଥର ବିରୋଧୀ ମେଣ୍ଟ ଅଧିକ ସିଟ୍‌ ହାତେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

କୋଲକାତା ବଳାତ୍କାର-ହତ୍ୟା ଘଟଣାର ଆଉ ଏକ ନୂଆ ତଥ୍ୟ ଆସିଲା ସାମ୍ନାକୁ! ଦୁଇ ଦିନ ପର୍ଯ୍ୟନ୍ତ ଜବତ ହୋଇ ନ ଥିଲା…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri