ମାର୍କେଟ ବିଲ୍ଡିଂରେ ୩୧ ଦୋକାନ ସିଲ୍‌

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ମାର୍କେଟ ବିଲ୍ଡିଂର ୩୧ ଦୋକାନକୁ ସିଲ୍‌ କରାଯାଇଛି। ସାଢ଼େ ୩ କୋଟି ଟଙ୍କା ଘରଭଡ଼ା ବକେୟା ପୈଠ କରି ନ ଥିବାରୁ ରାଜଧାନୀ ପୂଜା ସମିତି ଏହାକୁ ସିଲ୍‌ କରିଦେଇଛି। ଦୀର୍ଘ ବର୍ଷ ଧରି ଟଙ୍କା ଦେଉ ନ ଥିବାରୁ ରାଜଧାନୀ ପୂଜା ସମିତି ବାଧ୍ୟ ହୋଇ ସିଲ୍‌ କରିଛି। ସମିତି ସଭାପତି ଅବନୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ସିଲ୍‌ କରାଯାଇଥିବା ସୂଚନା ମିଳିଛି। କିଛି ଦୋକାନୀ ଅଳ୍ପ ପେମେଣ୍ଟ କରିଥିବାରୁ ତାଙ୍କ ଦୋକନ ସିଲ୍‌ କରାଯାଇ ନାହିଁ।

Share