ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିବେ। ଭିଡିଓଟି ଏକ ବିବାହ ବେଳର। ଯେଉଁଠି ଛୋଟ ଝିଅଟି ତା’ ମାଙ୍କ ଦ୍ୱିତୀୟ ବାହାଘରରେ ରାଜି ନ ହୋଇ ଭୂମିରେ ଗଡ଼ି କାନ୍ଦୁଛି।
ଭିଡିଓଟିକୁ ଇନ୍ଷ୍ଟଗ୍ରାମରେ ସାରା ଓ୍ବିକ୍ମନ ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଭିଡିଓରେ ବରକନ୍ୟା ଏକାଠି ଷ୍ଟେଜ୍ ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଠିକ୍ ତାଙ୍କ ସାମ୍ନାରେ ତଳେ ଗଡ଼ି କାନ୍ଦୁଛି କୁନି ଝିଅଟି। ସମସ୍ତଙ୍କ ଧ୍ୟାନ ସେହି ପିଲାଟି ଉପରେ। ଏମିତି କାନ୍ଦୁଛି ଯେ ଉପସ୍ଥିତ ଅତିଥିମାନେ ମଧ୍ୟ ହସୁଛନ୍ତି।
ଭିଡିଓରେ କ୍ୟାପଶନ ଲେଖାଯାଇଛି, ‘ଏହା ଏକ ସତ କାହାଣୀ। ମୋ’ ଝିଅ ଦ୍ୱିତୀୟ ବିବାହ ସମୟରେ ଜୋର୍ରେ କାନ୍ଦିଥିଲା। ମୁଁ ଚାହୁଁ ନ ଥିଲି ମୋ’ ଝିଅ ଏମିତି କାନ୍ଦୁ। ତେଣୁ ମୁଁ ବାଧ୍ୟ ହୋଇ କୋଳକୁ ନେଇଥିଲି। ତାକୁ କୋଳରେ ଧରି ଆମର ବିବାହ ସମ୍ପନ୍ନ ହୋଇଥିଲା।