Advertisement

ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମାଗିଲେ ଇସ୍ତଫା

ଭବାନୀପାଟଣା,୨।୧୧: କଳାହାଣ୍ଡି ଜିଲା ମହାଲିଙ୍ଗର ଏକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରା ହତ୍ୟା ଘଟଣାରେ ଆଜି ଭବାନୀପାଟଣା ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଛନ୍ତି ଭାଜପା ଯୁବ ନେତା। ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ ମନ୍ତ୍ରୀଙ୍କୁ ରାସ୍ତା ମଝିରେ ଅଟକାଇ ଇସ୍ତଫା ମାଗିଥିଲେ, ଯାହାର ଭିଡ଼ିଓ ଭାଇରାଲ ହୋଇଛି।

ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ମନ୍ତ୍ରୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଦୀପଜ୍ୟୋତି। ଭବାନୀପାଟଣାରୁ ନିଜ ର୍ନିବାଚନ ମଣ୍ଡଳି ଜୁନାଗଡ଼ ଅଭିମୁଖେ ପୋଲିସ ଏସ୍କର୍ଟରେ ଯାଉଥିବାବେଳେ ମନ୍ତ୍ରୀଙ୍କୁ ଅଟକାଇଥିଲେ ଦୀପଜ୍ୟୋତି। ମମିତା ହତ୍ୟାକାଣ୍ଡର ୨୩ ଦିନ ଧରି କାହିଁକି ଚୁପ୍‌ ବଶିଥିଲେ ପ୍ରଶ୍ନ କରିବା ସହ ଇସ୍ତଫା ଦାବି କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share