ଅଧ ରାତିରେ ପଞ୍ଚଲିଙ୍ଗେଶ୍ୱର ମହାଦେବଙ୍କ ହୁଣ୍ଡିବାକ୍ସ କାଟିନେଲେ

ନୀଳଗିରି,୨୦।୩(ପ୍ରଶାନ୍ତ କୁମାର ବିଶ୍ବାଳ): ଦିଅଁ, ଦେବତା, ଠାକୁର ଠାକୁରାଣୀଙ୍କୁ ବି ଭୟ ନାହିଁ। ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରି ନିକଟସ୍ଥ ବାବା ପଞ୍ଚଲିଙ୍ଗେଶ୍ୱରଙ୍କର ପୀଠରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଅଧ ରାତିରେ ପଞ୍ଚଲିଙ୍ଗେଶ୍ୱର ମହାଦେବଙ୍କ ହୁଣ୍ଡିବାକ୍ସକୁ କଟର ମେଶିିନରେ କାଟି ଚୋରି କରିଥିବା ଅଭିଯୋଗ ହୋଇଛି। ହୁଣ୍ଡିବାକ୍ସରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି। ସକାଳେ ପଞ୍ଚଲିଙ୍ଗେଶ୍ୱର ଫାଟକ ଖୋଲିବା ପରେ ଚୋରି ହୋଇଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ମନ୍ଦିର କର୍ତ୍ତୃପକ୍ଷ ନୀଳଗିରି ପୋଲିସକୁ ଅବଗତ କରାଇଥିଲେ। ଏଭଳି ଘଟଣାକୁ ଶ୍ରଦ୍ଧାଳୁ ନିନ୍ଦା କରିବା ସହ ପୀଠରେ ବ୍ୟାପକ ପୋଲିସ ମୁତୟନ ଓ ପେଟ୍ରୋଲିଂ ଲାଗି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା

କଟକ,୧୪ା୧୧(କାର୍ତ୍ତିକ ସାହୁ): କଟକ ସହରରେ ଆସନ୍ତା ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ ସହରର ବିଭିନ୍ନ ରାସ୍ତାରେ...

କୋର୍ଟରେ ହାଜର ହେଲେ ଏମ୍‌ପି ପ୍ରଦୀପ, ପାଠକ ବାପପୁଅ

ବ୍ରହ୍ମପୁର, ୧୪ା୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଏକାଧିକ ଯୁବକଙ୍କଠାରୁ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ...

‘ବେଆଇନ ନିର୍ମାଣକାରୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ’

କେନ୍ଦୁଝର,୧୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ବିନା ପାର୍କିଂ ବ୍ୟବସ୍ଥାରେ ବ୍ୟବସାୟିକ କେନ୍ଦ୍ର ଗଢ଼ି ଉଠିଥିବାରୁ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇପଡ଼ିଛି। ସେହିପରି ସରକାରୀ ଜମିରେ...

ନଭେମ୍ବର ୨୦ରୁ ଆରମ୍ଭ ହେବ ଧାନ ସଂଗ୍ରହ, ଉଚ୍ଚ ପଦାଧିକାରୀ, ଜିଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର,୧୩।୧୧: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକସେବା ଭବନ ଠାରେ, ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆଭାସୀ ଜରିଆରେ ଜିଲ୍ଲାପାଳମାନଙ୍କ...

‘କେବଳ ଖାଦ୍ୟ ନିରାପତ୍ତା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ବିହନ ସଂରକ୍ଷଣ ଜରୁରୀ’

କୋରାପୁଟ,୧୩ା୧୧(ଅମିତାଭ ବେହେରା): ପାରମ୍ପରିକ କୃଷି ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଲାଣ୍ଡିଗୁଡ଼ାସ୍ଥିତ ସିଟି...

ଓଡ଼ିଶାର ସବୁ ଆନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଗଠନ ହେବ ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି

ଭୁବନେଶ୍ୱର,୧୩।୧୧: ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ( Inter Ministerial Committee )...

ମାଓବାଦୀଙ୍କ ବର୍ବରତା: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ କଲେ ହତ୍ୟା

ମାଲକାନଗିରି,୧୩ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ବୁଧବାର ମାଓବାଦୀମାନେ ହତ୍ୟା କରିଛନ୍ତି । ସେ ହେଲେ ସୁବଳ ଦୁଲାରୁ...

ଅପରେଶନବେଳେ ଜଙ୍ଗଲରୁ ୩ ମିଲିସିଆଙ୍କୁ ଗିରଫ କଲେ ସୁରକ୍ଷାବାହିନୀ

ମାଲକାନଗିରି,୧୩ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ର ବିଜାପୁର ନେମେଡ ଅଞ୍ଚଳରୁ ୩ ମିଲିସିଆଙ୍କୁ ପୋଲିସ ବୁଧବାର ଗିରଫ କରିଛି। ସେମାନେ ହେଲେ ସୋନୁ ଓୟମ, ସନୁ ଲେକାମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri