ରାତି ଅଧରେ ଏହି ଅଭିନେତ୍ରୀଙ୍କୁ ନିଦରୁ ଉଠାନ୍ତି ସଲମାନ୍‌

ଅଭିନେତ୍ରୀ ଲାରା ଦତ୍ତଙ୍କୁ ‘ବେଲ୍‌ବଟମ’ ଫିଲ୍ମରେ ଶେଷଥର ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଏବେ ତାଙ୍କୁ ‘ଜି୫’ରେ ରିଲିଜ ହୋଉଥିବା ‘କୌନ ବାନେଗା ଶିଖରବତୀ’ ଧାରାବାହିକରେ ଦେଖିବାକୁ ମିଳିବ । ସେଥିରେ ଲାରା ସୋହା ଅଲ୍ଲିି ଖାନ, କ୍ରିତିକା କାମ୍ରା ଏବଂ ଅନୟା ସିଂଙ୍କ ସହିତ ନାସିରୁଦ୍ଦିନ ଶାହାଙ୍କ ଚାରି ଝିଅ ଭୂମିକା ମଧ୍ୟରୁ ଗୋଟିଏରେ ନଜର ଆସିବେ।
ତେବେ ଲାରା ତାଙ୍କ ଫିଲ୍ମ କ୍ୟାରିୟରରେ ସଲମାନ ଖାନଙ୍କଠାରୁ ଆରମ୍ଭ କରି ଅନେକ ଭେଟେରାନ ଅଭିନେତାଙ୍କ ସହ କାମ କରିଛନ୍ତି । ନିକଟରେ ଏକ ସାକ୍ଷାତକାରେ ସେ ସଲମାନ ଖାନ୍‌ଙ୍କ ଅଭ୍ୟାସ ବିଷୟରେ କହିଥିଲେ, ଯାହା ଏପର୍ଯ୍ୟନ୍ତ ପରିବର୍ତ୍ତନ ହୋଇନାହିଁ ବୋଲି ସେ କହିଛନ୍ତି।
୨୦୦୫ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନୋ ଏଣ୍ଟ୍ରି’ରେ ଲାରା ସଲମାନଙ୍କ ବିପକ୍ଷରେ ଅଭିନୟ କରିଥିଲେ। ସେ ପ୍ରକାଶ କରିଛନ୍ତି ଯେ, ସଲମାନ ରାତି ଅଧରେ ତାଙ୍କୁ ନିଦରୁ ଉଠାନ୍ତି। ସେ ଏହି ଅଭ୍ୟାସ ବଦଳାଇ ନାହାନ୍ତି। ମଧ୍ୟ ରାତିରେ ସେ ଲାରାଙ୍କୁ ଫୋନ୍‌ କରନ୍ତି ଏବଂ ଲାରା ତାଙ୍କ ଫୋନ ଉଠାନ୍ତି।

Share