ସୁସ୍ଥ ଜୀବନ ଅନ୍ତରାଳେ

ବିଶ୍ୱସ୍ତରରେ ଭାରତ ଏକ ସର୍ବଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ର ଭାବେ ପ୍ରସିଦ୍ଧି ଲାଭ କରିଛି l ଏଠାରେ ସର୍ବଧର୍ମ ସମନ୍ବୟ ନ୍ୟାୟରେ ପ୍ରାୟ ପୃଥିବୀର ସମସ୍ତ ଜାତିର ମନୁଷ୍ୟ ବସବାସ କରିଆସୁଛନ୍ତି l
ସାଧାରଣତଃ ଭାରତୀୟମାନେ ପୌରାଣିକ ମତବାଦକୁ ଓ ପ୍ରକୃତିକୁ ସମ୍ମାନ ଜଣାଇ ଧର୍ମ ପ୍ରତି ଅଗାଢ଼ ବିଶ୍ୱାସ ରଖି ଦୈନନ୍ଦିନ ପୂଜାପାଠ, ଦାନ, ଧର୍ମ କରିବା, ଆଧ୍ୟାତ୍ମିକ ଓ ସକାରାତ୍ମକ ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଇ ଗରିବ, ନିରୀହଙ୍କୁ ଖାଦ୍ୟ ପୋଷାକ ବଣ୍ଟନ କରିବା, ଅନ୍ୟର ଦୁଃଖ ଦୁର୍ଦ୍ଦଶା, ଅଭାବ ଅନଟନ ତଥା ସ୍ବାସ୍ଥ୍ୟ ସମସ୍ୟା ବେଳେ ନିଜେ ଉପସ୍ଥିତ ରହିବା ଆଦି କାର୍ଯ୍ୟ ଦ୍ୱାରା ଆମର ମାନସିକ ସ୍ତରରେ ପ୍ରବଳ ମାତ୍ରାରେ ଉତ୍ସାହ, ଉଦ୍ଦୀପନା ତଥା ଖୁସି ଅନୁଭବ ସହ ଉତ୍ତମ ଚିନ୍ତାଧାରା ଜାଗ୍ରତ ହୋଇଥାଏ। ଏହାର ପ୍ରଭାବରେ ଶାନ୍ତ, କୋମଳ, ଦୟାବାନ ସହ ମାନସିକ ସ୍ତରରେ ସନ୍ତୁଳିତ ଅବସ୍ଥା ଜାଗ୍ରତ ହୋଇ ଶରୀରରେ ‘ଓଜ’ ଶକ୍ତି ବୃଦ୍ଧି ପାଇବାରେ ସହାୟକ ହୋଇଥାଏ l
ଆୟୁର୍ବେଦ ଶାସ୍ତ୍ର ମତରେ ‘ଓଜ’ ମଣିଷ ଶରୀରରେ ସର୍ବଶ୍ରେଷ୍ଠ ‘ଧାତୁ’ ଅଟେ l
ଓଜ ଦ୍ୱାରା ମନୁଷ୍ୟ ଶରୀରରେ ରୋଗପ୍ରତିରୋଧକ ଶକ୍ତି ନିୟନ୍ତ୍ରିତ ହୋଇଥାଏ l ଏହାକୁ ଆଧୁନିକ ଚିକିତ୍ସା ଶାସ୍ତ୍ର ମତରେ ଇମ୍ୟୁନିଟି ପାୱାର ବୋଲି କୁହା ଯାଇଥାଏ। ଶରୀରରେ ଉକ୍ତ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେତୁ ବିଭିନ୍ନ ପ୍ରକାରର ବାହ୍ୟ ଭୂତାଣୁ ଓ ଜୀବାଣୁଜନିତ ରୋଗ ଶରୀରରେ ପ୍ରବେଶ କରିପାରି ନ ଥାଏ l
ଠିକ ଉପରୋକ୍ତ କାର୍ଯ୍ୟର ବିପରୀତ କାର୍ଯ୍ୟ ସ୍ବରୂପ ସମାଜରେ ରାହାଜାନି କରିବା, ଅନ୍ୟକୁ ଆକ୍ରମଣ କରିବା, ଚୋରି ଓ ଲୁଣ୍ଠନ କରିବା, ଅନ୍ୟକୁ ହତ୍ୟା କରିବା, ବିଭିନ୍ନ କୂଟ, କଳ୍ପନା, ଚକ୍ରାନ୍ତ କରି ବ୍ୟବସାୟ ହେଉ କିମ୍ବା କୌଣସି ପ୍ରତିଯୋଗିତାତ୍ମକ କାର୍ଯ୍ୟରେ ଜୟଯୁକ୍ତ ହେବା ପାଇଁ ହିଂସା ମନୋଭାବ ଆଦି ବିଭିନ୍ନ କୁ-ଚିନ୍ତାଧାରା ଦ୍ବାରା ମାନସିକ ସ୍ତରରେ କଳୁଷିତ ଭାବନା ସୃଷ୍ଟି ହୋଇଥାଏ। ଏହାର ପ୍ରତିକୂଳ ପ୍ରଭାବ ଦ୍ୱାରା ବିଭିନ୍ନ ମାନସିକ ଓ ଶାରୀରିକ ସ୍ତରରେ ବିକୃତି ଦେଖାଦେବାର ଅଧିକ ସମ୍ଭାବନା ରହିଥାଏ l ଏହାର ଫଳସ୍ବରୂପ ଶରୀରରେ ରକ୍ତଚାପ ବୃଦ୍ଧି, ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ଘଟି ନାନାଦି ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ l
ଏସବୁର ମୂଳ କାରଣ ହେଲା ଅତ୍ୟଧିକ ଲୋଭ, ଆଶା ଆକାଂକ୍ଷା ପୂରଣ କରିବା ନିମନ୍ତେ ପ୍ରୟାସ ଜାରିରଖିବା, ଧୈର୍ଯ୍ୟହୀନ ହେବା ସହ ସହନଶୀଳତାର ଅଭାବ ଆଦି ପ୍ରମୁଖ କାରଣ ।
ମନୁଷ୍ୟ ଜୀବନ ଭିତରେ ପ୍ରକୃତରେ ନାନା ଦୁଃଖ, ସୁଖ, ଯନ୍ତ୍ରଣା, ଉତ୍ଥାନ ପତନ ଦେଇ ଗତିକରିବା ଭିତରେ ଧୈର୍ଯ୍ୟ ଓ ସହନଶୀଳତା ଗୁଣକୁ ଶ୍ରେଷ୍ଠ ଭାବେ ଗ୍ରହଣ କରିବା ଉଚିତ; ଯଦ୍ଦ୍ବାରା ଜୀବନରେ ପ୍ରକୃତରେ ଉନ୍ନତି ତଥା ବିକାଶର ପଥ ଉନ୍ମୁକ୍ତ ହୋଇଥାଏ। ସହନଶୀଳତାର ପରିଭାଷା ହେଲା ଦୁଃଖ, ବିପଦ ବେଳେ ଧୈର୍ଯ୍ୟଚ୍ୟୁତ ନ ହୋଇ ଧୈର୍ଯ୍ୟବାନ ହେବା ସହ ସହିଷ୍ଣୁତା ଗୁଣର ଯଥେଷ୍ଟ ଆବଶ୍ୟକତା ରହିବା ଉଚିତ l
କିନ୍ତୁ ଆଜିକାଲିର ବହୁତ ଲୋକ ଧୈର୍ଯ୍ୟ ଓ ସହନଶୀଳତାକୁ ଏକ ଦୁର୍ବଳତା ବୋଲି ଧରିନେଇ ଏହାର ପରିଣାମ ସ୍ବରୂପ ଅପରପକ୍ଷଙ୍କୁ ବିଭିନ୍ନ ଆରୋପ ଦୋଷାରୋପ କରି ନାନାଦି ଅସାମାଜିକ କାର୍ଯ୍ୟ କରିବା ଦ୍ୱାରା ଫଳସ୍ବରୂପ ମାନସିକ ସ୍ତରରେ କୁପ୍ରଭାବ ପଡିଥାଏ l
ଏହାର ପ୍ରତିକାର ତଥା ପ୍ରତିରୋଧ ନିମନ୍ତେ ମନୁଷ୍ୟ ଶାରୀରିକ, ମାନସିକ ସ୍ତରରେ ସନ୍ତୁଳନ ରକ୍ଷାକରି ଧୈର୍ଯ୍ୟ ଓ ସହନଶୀଳତାକୁ ଏକ ବ୍ରତ ଭାବେ ଗ୍ରହଣ କରିବା ଦ୍ୱାରା ଶ୍ରେଷ୍ଠ ସମାଜ ଗଠନ ହେବାସହ ସ୍ବଚ୍ଛ ରାଷ୍ଟ୍ର ଗଠନରେ ଏହା ସହାୟକ ହୋଇପାରିବ l

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚନ୍ଦାହାଣ୍ଡି
ମୋ:୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା...

ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ...

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri