ଆରୋଗ୍ୟ ରହିବା ଅନ୍ତରାଳେ…

ଆଜିକାଲିର ଧାଁ  ଧପଡ଼ ଜୀବନରେ ଅନେକେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରହି ନ ଥାନ୍ତି। ନିଜର ଦୈନନ୍ଦିନ କାମରେ ବ୍ୟସ୍ତ ରହିବା ଯୋଗୁ ନିୟମିତ ସମୟ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା, ନିଜ ଖାଦ୍ୟପେୟ ପ୍ରତି ଯତ୍ନବାନ ହେବାକୁ ସେମାନଙ୍କ ନିକଟରେ ପ୍ରାୟ ସମୟ ନ ଥାଏ। ହେଲେ ବର୍ତ୍ତମାନ ନିଜକୁ ସୁସ୍ଥ ରଖିବା ଏକ ଗୁରୁତ୍ୱପୂର୍ଣ୍ଣ କଥା ପାଲଟି ଯାଇଛି। କାରଣ ଏବେ ପ୍ରଦୂଷିତ ଜଳବାୟୁ ରୋଗ ସୃଷ୍ଟି କରିବାର ପ୍ରମୁଖ କାରଣ ପାଲଟି ଯାଇଛି। ତେଣୁ ଏ ନେଇ ସଚେତନ ରହିବା ନିହାତି ଦରକାର। ଯେତେ ବ୍ୟସ୍ତ ରହିଲେ ମଧ୍ୟ ନିଜର ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ। ଏପରି ଖାଦ୍ୟ ଖାଆନ୍ତୁ ନାହିଁ, ଯାହା ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ପରୋକ୍ଷରେ ଡାକି ଆଣିବ। ଖାଦ୍ୟ ତାଲିକାରେ ସୁଷମଖାଦ୍ୟ ସାମିଲ କରନ୍ତୁ। ଯେତେ ବ୍ୟସ୍ତ ରହିଲେ ମଧ୍ୟ ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ କରନ୍ତୁ। ଘରେ ଯୋଗ, ପ୍ରାଣାୟାମ କରିବାକୁ ଭୁଲନ୍ତୁ ନାହିଁ। କୌଣସି ରୋଗର ଲକ୍ଷଣ ବିଷୟରେ ଜାଣିବା ମାତ୍ରେ ତାହାକୁ ଆଦୌ ଅବହେଳା କରିବା ଠିକ୍‌ ନୁହେଁ। ଯଦି ଆପଣ ରକ୍ତ ଚାପ (ବ୍ଲଡ ପ୍ରେସର), ମଧୁମେହ ବା ଡାଇବେଟିସ୍‌, ଆଜ୍‌ମା ପରି ରୋଗରେ ଆକ୍ରାନ୍ତ ତେବେ ଅଧିକ ସର୍ତକ ରହିବା ଜରୁରୀ। ନିଜେ ଯେତେ ସୁସ୍ଥ ରହିଲେ ମଧ୍ୟ ବୟସ ବଢ଼ିବା ସହ କେତେକ ରୋଗର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ତେଣୁ ବୟସ ୪୦ ଟପିଲେ ନିୟମିତ ସମୟ ଅନ୍ତରାଳରେ ବ୍ଲଡପ୍ରେସର, ରକ୍ତରେ ସୁଗାର ପରିମାଣ ଚେକ୍‌ କରିନିଅନ୍ତୁ। ନିଜର ସ୍ବାସ୍ଥ୍ୟଜନିତ ସମସ୍ୟା ବିଷୟରେ ଅଭିଜ୍ଞ ଡାକ୍ତରଙ୍କ ସହ ବିଶଦ୍‌ ଭାବରେ ଆଲୋଚନା କରନ୍ତୁ। ଠିକ୍‌ ସମୟରେ ଖାଦ୍ୟ ଖାଆନ୍ତୁ ଏବଂ ରାତିରେ ଅତିକମ୍‌ରେ ୬-୭ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ। ନିଶାଦ୍ରବ୍ୟ ସେବନ, ଟେନସନ, ଅବସାଦଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri