ବିଏମ୍‌ସି କମିଶନର, ରେଳ ମହାପ୍ରବନ୍ଧକଙ୍କ ନାଁରେ ଏତଲା

ଭୁବନେଶ୍ୱର, ୨୮ା୧ (ବନ୍ଦନା ସେଠୀ):ଭୁବନେଶ୍ୱର ସତ୍ୟନଗରଠାରେ ରେଳ ଗାଡ଼ି ୱାଶିଂ ପଏଣ୍ଟ ରହିଛି। ଏଠାକୁ ସଫେଇ ପାଇଁ ଆସୁଥିବା ସବୁ ରେଳଗାଡ଼ିର ବର୍ଜ୍ୟବସ୍ତୁ, ବାୟୋଟଏଲେଟ୍‌ର ମଳମୂତ୍ର ଆଦି ବିଏମ୍‌ସି ଡ୍ରେନ୍‌ରେ ସିଧା ଗଙ୍ଗୁଆକୁ ଯାଉଛି। ଗଙ୍ଗୁଆର ଏହି ବିଷାକ୍ତ ପାଣି ଦୟାନଦୀରେ ମିଶୁଛି। ଫଳରେ ଦୟାନଦୀ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକ ନାନାଦି ରୋଗର ଶିକାର ହେଉଛନ୍ତି। ଏହି ବିଷାକ୍ତ ଓ ଦୂଷିତ ପାଣି ପିଇ ପୁରୀ ଜିଲା କଣାସ ଅଞ୍ଚଳର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ୪ଜଣଙ୍କ ଜୀବନ ଯାଇଛି। ଏଥିପାଇଁ ବିଏମ୍‌ସି କମିଶନର ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଦାୟୀ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ। ଏହି ଦୁଇ ସଙ୍ଗଠନ ପକ୍ଷରୁ ସୋମବାର ଖାରବେଳ ଥାନାରେ ଦୁଇ ଅଧିକାରୀଙ୍କ ବିରୋଧରେ ଏତଲା ଦାୟର କରାଯାଇଛି।
ଏଥିସହ ଆନ୍ଦୋଳନ ଓ ଅଭିଯାନର ଏକ ପ୍ରତିନିଧି ଦଳ ରେଳଗାଡି ୱାଶିଂ ପଏଣ୍ଟକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ଓ୍ବାଶିଂ ୟାର୍ଡରୁ ବର୍ଜ୍ୟ ପାଣି ଯିବା ପାଇଁ ଦୁଇଟି ଚ୍ୟାନେଲ ରହିଛି। ସେହି ଚ୍ୟାନେଲର ପଚା ପାଣିକୁ ଟ୍ରିଟ୍‌ମେଣ୍ଟ କରିବାକୁ ଏକ ଛୋଟ ପ୍ଲାଣ୍ଟ ବସାଯାଇଛି। ମାତ୍ର ତାହା ଦୀର୍ଘବର୍ଷ ହେବ କାମ କରୁ ନ ଥିବାରୁ ଟାଙ୍କିରେ କଳଙ୍କି ଲାଗିଗଲାଣି। ତେଣୁ ସବୁ ବର୍ଜ୍ୟପାଣି ପାଇପ୍‌ ବାଟେ ଡ୍ରେନରେ ଯାଇ ୩ ନଂ. ହାଟ ପାଖଦେଇ ଯାଇଥିବା ବଡ ଡ୍ରେନ ମାଧ୍ୟମରେ ଗଙ୍ଗୁଆ ନାଳରେ ମିଶୁଛି। ତେଣୁ ଉଭୟ ବିଏମ୍‌ସି କମିଶନର ଓ ପୂର୍ବତଟ ରେଳପଥର ମୁଖ୍ୟ ପ୍ରବନ୍ଧକ ଏଥିପାଇଁ ଦାୟୀ ବୋଲି ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ସଂଯୋଜକ ବିଜୟ ପ୍ରଧାନ, ଦୟା ସୁରକ୍ଷା ଅଭିଯାନ ଉପଦେଷ୍ଟା ଅର୍ଜୁନ ସାମନ୍ତରାୟ, ଆବାହକ ସଚିକାନ୍ତ ପ୍ରଧାନ, ସତ୍ୟନାରାୟଣ ସାମନ୍ତସିଂହାର, ପ୍ରସନ୍ନ ମହାପାତ୍ର ପ୍ରମୁଖ ଥାନାକୁ ଯାଇ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri