ଯାଜପୁରରେ ବିକାଶ ନାଁରେ ୩ ପରିବାରର ଲୁଟ୍‌ ପ୍ରସଙ୍ଗ:ଜୋର୍‌ ଧରିଛି ଆରୋପ ପ୍ରତ୍ୟାରୋପ

ଯାଜପୁର,୫ା୧୦(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ବିକାଶ ନାମରେ ୩ ପରିବାର ଲୁଟ୍‌ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତବ୍ୟ ପରେ ଉଭୟ ବିଜେଡି ଓ ଭାଜପା ମଧ୍ୟରେ ଆରୋପ ଏବଂ ପ୍ରତ୍ୟାରୋପ ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମାଝୀ ୩ ପରିବାରଙ୍କ ନାମ ନେଇ ନ ଥିଲେ ସୁଦ୍ଧା ତାଙ୍କୁ ସୁକିନ୍ଦା ବ୍ଲକର ନଗଡ଼ା ବୁଲି ଆସି ବିକାଶର ଚିତ୍ର ଦେଖିବାକୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଆହ୍ବାନ ଦେଇଛନ୍ତି। ତେବେ ଏହି ଆହ୍ବାନ ଉପରେ ବରିଷ୍ଠ ଭାଜପା ନେତା ଚନ୍ଦ୍ରଶେଖର ପଣ୍ଡା କହିଛନ୍ତି, ୨୦୧୬ରେ ନଗଡ଼ାରେ ଅପପୁଷ୍ଟି କାରଣରୁ ୧୫ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଜୀବନ ଯିବାପରେ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଛି ସତ। କିନ୍ତୁ ନଗଡ଼ାର ବାମ ଓ ଡାହାଣ ପାର୍ଶ୍ୱ ଗ୍ରାମ ତୁମୁଣି, ତଳଡିହ ଓ ଗୁହିଆଶାଳ ଗ୍ରାମବାସୀଙ୍କ ଜୀବନଧାରଣର ମାନ ଏବେ ବି ବହୁପଛରେ ରହିଛି। ପାହାଡ଼ ଶୀର୍ଷରେ ଥିବା ଏହି ଗ୍ରାମଗୁଡ଼ିକୁ ବିଜେଡି ସରକାର ସମୟରେ କାହିଁକି ବିକାଶ ପହଞ୍ଚିପାରିଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଡିଏମ୍‌ଏଫ୍‌ ପାଣ୍ଠିର ଦୁରୁପଯୋଗ ହୋଇଛି। ଏଯାଏ ଉପଯୁକ୍ତ ଚିକିତ୍ସା ସୁବିଧା ପାଇବାରୁ ଅଞ୍ଚଳବାସୀ ବଞ୍ଚିତ ରହିଛନ୍ତି ବୋଲି ସେ ଆହୁରି ମତ ରଖିଛନ୍ତି।
ଜିଲା ବିଜେଡି ମହିଳା ସଭାନେତ୍ରୀ ସବିତା ରାଉତ କହିଛନ୍ତି, ଯାଜପୁର ଜିଲା ସାରା ବିକାଶ ଓଡ଼ିଶା ଦେଖୁଛି। ସେଥିମଧ୍ୟରୁ ମେଡିକାଲ କଲେଜ ଅନ୍ୟତମ। ବିରଜା ମନ୍ଦିରର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବହୁତ ସୁନ୍ଦର ହୋଇଛି। ନଗଡ଼ାର ବିକାଶ କଥା ଯଦି କହିବା ତେବେ ସେଠାକୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି ଇତ୍ୟାଦି ପହଞ୍ଚିସାରିଛି। ଅପପୁଷ୍ଟି ଦୂରେଇ ଯାଇଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଭିତ୍ତିହୀନ। ତେଣୁ କୌଣସି ନକାରାତ୍ମକ ମନ୍ତବ୍ୟ ନ ଦେଇ ଯେଉଁସବୁ କାର୍ଯ୍ୟ ବାକି ଅଛି, ସେହିସବୁକୁ ଏବର ସରକାର ପୂରଣ କରିବାର କଥା ବୋଲି ରାଉତ କହିଛନ୍ତି।
ଜିଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତ କହିଛନ୍ତି, ବିଜେଡି ଓ ଭାଜପା ସରକାର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ୨୪ ବର୍ଷର ନବୀନ ସରକାରଙ୍କ ମଧ୍ୟରେ ଭାଜପା ଓ ବିଜେଡି ୯ ବର୍ଷ ମିଳିମିଶି ଶାସନ କରିଥିଲା। ଗତ ୫ ବର୍ଷର ନବୀନ ଶାସନକୁ ଦେଖିଲେ କେନ୍ଦ୍ର ସରକାରଙ୍କୁ ବିଜେଡି ସମସ୍ତ କ୍ଷେତ୍ରରେ ସହଯୋଗ କରିଆସୁଥିଲା। ଏବେ ଯେଉଁ ବୟାନବାଜି ଚାଲିଛି ସେହିସବୁ କେବଳ ଲୋକଦେଖାଣିଆ। ବାସ୍ତବରେ ସୁକିନ୍ଦା ଅଞ୍ଚଳର ତୁମୁଣି, ଗୁହିଆଶାଳ, ତଳଡିହ ପ୍ରଭୃତି ଗ୍ରାମର ବିକାଶ ପାଇଁ କାହାରି ଆଗ୍ରହ ନାହିଁ। ଯେଉଁ କିଛି ବିକାଶ ହୋଇଛି ସେସବୁ କେବଳ କଂଗ୍ରେସ ଶାସନ ସମୟରେ ହୋଇଥିଲା। ବର୍ତ୍ତମାନର ଭାଜପା ବିଧାୟକ କେବଳ ବ୍ୟବସାୟରେ ମାତିଛନ୍ତି। ତାଙ୍କର ସମ୍ପର୍କୀୟମାନେ କିଭଳି ଖଣି ଲିଜ୍‌ ପାଇବେ ସେଥିପାଇଁ ଲାଗି ପଡ଼ିଛନ୍ତି। ଏକ ବଡ଼ ସରକାରୀ ଖଣି କମ୍ପାନୀକୁ ଭାଜପାର ପାର୍ଟି ଅଫିସ ଭାବେ ବ୍ୟବହାର କରୁଛନ୍ତି। ଲୋକଙ୍କ ବିକାଶ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।
ସରକାରୀ ଏବଂ ରାଜନୈତିକସ୍ତରରେ ନିଜର ବାହୁସ୍ଫୋଟ ମାରିବା ପାଇଁ କେବଳ ନଗଡ଼ାକୁ କେନ୍ଦ୍ରୀଭୂତ କରି ପାର୍ଶ୍ୱ ଅଞ୍ଚଳ ପ୍ରତି ଆଖି ବୁଜିଦେବା ବିିକାଶ ପ୍ରତି ଅଣଦେଖା ବୋଲି ଭାଜପା ଓ କଂଗ୍ରେସ ନେତାମାନେ ମତପ୍ରକାଶ କରିଛନ୍ତି। ବିକାଶ ହେଲେ କେତେଜଣ ପ୍ରଭାବଶାଳୀ ନେତାଙ୍କ ପାଇଁ ବିପଦ ହୋଇପାରେ ବୋଲି ଏଭଳି ଜାଣିଶୁଣି ଦଶନ୍ଧି ଧରି ଅବହେଳା କରାଯାଇଥିବା ସେମାନେ କହୁଛନ୍ତି।
ସାମାଜିକ କର୍ମୀ ମଣ୍ଟୁ ଦାସ କହିଛନ୍ତି ତୁମୁଣି, ତଳଡ଼ିହ ଓ ଗୁହିଆଶାଳ ଗ୍ରାମବାସୀ ପାଦଚଲା ରାସ୍ତାରେ ଏବେବି ଯିବା ଆସିବା କରୁଛନ୍ତି। କୌଣସି କାର୍ଯ୍ୟରେ ପାହାଡ଼ ପାଦଦେଶକୁ ଆସିଲେ ସେହି ଦିନ ପୁଣି ନିଜ ଗ୍ରାମକୁ ଫେରିବା କଷ୍ଟକର ହୋଇପଡୁଛି। ପୁଣି ବନ୍ୟପ୍ରାଣୀଙ୍କ ଭୟ ରହୁଛି। ଗୁହିଆଶାଳରେ କେତେଜଣ ଛାତ୍ରୀଛାତ୍ର ମାଟ୍ରିକ ପାସ କରିଛନ୍ତି। କିନ୍ତୁ ସେମାନଙ୍କୁ ଆଉ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ପ୍ରୋତ୍ସାହନ କିମ୍ବା ସୁବିଧା ମିଳିପାରୁନାହିଁ। ପାହାଡ଼ ଶୀର୍ଷରେ ଏହି ଅବହେଳିତ ଗ୍ରାମଗୁଡିକର ପରିସ୍ଥିତି କ୍ରମଶଃ ଆହୁରି ସଙ୍ଗିନ ହୋଇ ପଡୁଛି ବୋଲି ଦାସ କହିଛନ୍ତି।
ସୂଚନାଥାଉ କି, ନଗଡ଼ାରେ ପୁଷ୍ଟିହୀନତାର ଶିକାର ଶିଶୁମୃତ୍ୟୁ ଘଟଣାକୁ ପାଖାପାଖି ୮ ବର୍ଷ ଅତିକ୍ରାନ୍ତ ହୋଇଛି। ଇତିମଧ୍ୟରେ ନଗଡ଼ା ମୌଜାର ସାମଗ୍ରିକ ବିକାଶ ନିମନ୍ତେ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ କରି ପାହାଡ଼ ଚିରି ରାସ୍ତା ନିର୍ମାଣ ହୋଇଛି। କିନ୍ତୁ ନଗଡ଼ାଠାରୁ ୨.୭ କିମି ଦୂର ବାମପାର୍ଶ୍ୱରେ ଥିବା ତୁମୁଣି ଗ୍ରାମକୁ ଏଯାଏ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ତୁମୁଣି ଗଁାଟି ପାହାଡ଼ ଶିଖରର ସମତଳ ଭୂମିରେ ରହିଛି। ଭଲ ରାସ୍ତା ନ ଥିବାରୁ ସେଠାରେ ସରକାରୀ ସୁବିଧା ସୁଯୋଗ ଅପହଞ୍ଚ ରହିଛି। ଏବେ ବି ମାତୃ ମୃତ୍ୟୁହାର ଓ ଶିଶୁ ଅପପୁଷ୍ଟିରେ ଲଗାମ ଲାଗିପାରିନାହିଁ। ଅନୁରୂପ ପରିସ୍ଥିତି ଦେଖାଦେଇଛି ନଗଡା ଡାହାଣ ପାର୍ଶ୍ୱ ୩ କି.ମି. ଦୂର ଗୁହିଆଶାଳ ଓ ତଳଡିହ ଗ୍ରାମରେ। ସୁକିନ୍ଦା ନିର୍ବାଚନମଣ୍ଡଳୀରୁ ବିଭିନ୍ନ ସମୟରେ ପ୍ରତିନିଧିତ୍ୱ କରୁଥିବା ନେତାଙ୍କ ଦୁର୍ବଳ ନେତୃତ୍ୱ ତୁମୁଣି ତଳଡିହ ଏବଂ ଗୁହିଆଶାଳ ଗ୍ରାମରେ ସ୍ପଷ୍ଟ ପ୍ରତିଫଳିତ ହେଉଛି ବୋଲି କେତେଜଣ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କ ନିକଟରେ ଫେରାଦ ହେଲେ ସମିତି ସଭ୍ୟ, ସରପଞ୍ଚ

କେସିଙ୍ଗା,୪।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥାପ୍ରସ୍ତାବ ପାଇଁ ୪୨ଜଣ ସମିତି ସଭ୍ୟ, ସରପଞ୍ଚ...

ରାଜେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ, ଥାନାରେ ଏତଲା

ଖୋର୍ଦ୍ଧା, ୫ା୧୦(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଖୋର୍ଦ୍ଧା ମାଟିର ଅସମ୍ମାନ ହେବା ଭଳି ଅପଶବ୍ଦ କହିବାକୁ ନେଇ ବିଭିନ୍ନ ମହଲରେ...

ଢିଙ୍କିଆ ପଞ୍ଚାୟତ ନିର୍ବାଚନ: ୮୪% ମତଦାନ: ଆଜି ଗଣତି

କୁଜଙ୍ଗ,୫।୧୦(ମନୋଜ ପ୍ରଧାନ ):ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡସଭ୍ୟ ପଦ ନିମନ୍ତେ ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୋଲିସ...

ବିରାଜିବେ ମା’: ଆକର୍ଷଣ ସାଜିବ ଦିଲ୍ଲୀର ଲାଲକିଲ୍ଲା ମଣ୍ଡପ

ଭବାନୀପାଟଣା,୫/୧୦(ଉତ୍ତମ କୁମାର ଦାଶ):ମା’ ଦୁର୍ଗାଙ୍କ ଆଗମନ ପାଇଁ କଳାହାଣ୍ଡି ଜିଲା ଭବାନୀପାଟଣା ସହର ଚଳଚଞ୍ଚଳ ହୋଇଉଠିଛି। ସହରର ନକଟିଗୁଡ଼ା ପୂଜା ମଣ୍ଡପ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ।...

ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା: ଡିଏଫ୍‌ଓଙ୍କୁ ଜେରା କଲେ ଏସ୍‌ଡିପିଓ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ଅଧୀନ ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩) ଆତ୍ମହତ୍ୟା ଘଟଣାରେ...

ଗୋ-ସେବାଶ୍ରମକୁ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତଙ୍କୁ ଗିରଫ ଦାବି

ଅମରପାଲି,୫।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଏ ଗ୍ରାମ ପଞ୍ଚାୟତର ଘିକୁଣ୍ଡି ଗ୍ରାମରେ ଥିବା ମା’ ମାହେଶ୍ୱରୀ ଗୋ-ସେବାଶ୍ରମକୁ କେତେଜଣ ଦୁର୍ବୃତ୍ତ ଜାଳିଦେବା...

ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଗସ୍ତକୁ ନେଇ ଗଣମାଧ୍ୟମକୁ ଉପେକ୍ଷା

ଅମରପାଲି,୫।୧୦(ପୀତାମ୍ବର ସାହୁ):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଯାମିନି ଷଡଙ୍ଗୀ ସୁବର୍ଣ୍ଣପୁର ଜିଲା ଗସ୍ତ ବେଳେ ବୀରମହାରାଜପୁର ବ୍ଲକର ବିଭିନ୍ନ ଯୋଜନା, ପ୍ରକଳ୍ପ ଏବଂ...

ମା’ ସମଲେଶ୍ବରୀଙ୍କ ଚନ୍ଦ୍ରଘଣ୍ଟା ବେଶ: ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଶନିବାର ମା’ ସମଲେଶ୍ବରୀ ଚନ୍ଦ୍ରଘଣ୍ଟା ବେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri