Categories: ଜାତୀୟ

ଏନଇଆରଏଫ ତାଲିକାରେ ଏହି ସ୍ଥାନରେ ରହିଲା ଜେଏନୟୁ, ପୂର୍ବଭଳି ମାଡ୍ରାସ ଆଇଆଇଟ ଏକ ନମ୍ବର

ନୂଆଦିଲ୍ଲୀ,୬।୬: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସୋମବାର ନାଶନାଲ ଇନଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଂ ଫ୍ରେମଓ୍ବାର୍କ(ଏନଇଆରଏଫ) ୨୦୨୩ ଘୋଷଣା କରିଛି। ତେବେ ର଼୍ୟାଙ୍କିଂରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ମାଡ୍ରାସ (ଆଇଆଇଟି ମାଡ୍ରାସ) ପୁଣିଥରେ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।

ଗତ ବର୍ଷ ୨୦୨୨ ର଼୍ୟାଙ୍କିଂରେ ଆଇଆଇଟି ମାଡ୍ରାସ ମଧ୍ୟ ପ୍ରଥମ ସ୍ଥାନରେ ଥିଲା। ଆଇଆଇଏସସି ବେଙ୍ଗାଲୁରୁ ପୁଣି ଥରେ ଦ୍ୱିତୀୟ ସ୍ଥାନରେ ରହିଛି। ତୃତୀୟରେ ଆଇଆଇଟି ଦିଲ୍ଲୀ, ଚତୁର୍ଥରେ ଆଇଆଇଟି ବମ୍ବେ ଏବଂ ପଞ୍ଚମରେ ଆଇଆଇଟି କାନପୁର ରହିଛି।

ସବୁ ଅନୁଷ୍ଠାନ ମଧ୍ୟରୁ ଟପ୍‌ ୧୦ ତାଲିକାରେ ୭ଟି ଆଇଆଇଟି ରହିଛି। ଏଥିସହ ୨ଟି ବିଶ୍ୱବିଦ୍ୟାଳୟ ଆଇଆଇଏସସି ବେଙ୍ଗାଲୁରୁ, ଜେଏନୟୁ ଦିଲ୍ଲୀ ଏବଂ ଏକ ମେଡିକାଲ କଲେଜ ଏମ୍ସ ଦିଲ୍ଲୀ ଟପ୍‌ ୧୦ରେ ସ୍ଥାନ ପାଇଛି।

ତେବେ ଏହି ଅନୁଷ୍ଠାନଗୁଡିକୁ ର଼୍ୟାଙ୍କିଂ କରୁଥିବା ଏନଆଇଆରଏଫ୍‌ ବିଷୟରେ ଜାଣିଛନ୍ତି କି? ଏହାର ପୁରା ନାମ ନାଶନାଲ ଇନଷ୍ଟିଚ୍ୟୁଟ ଅଫ ର଼୍ୟାଙ୍କିଂ ଫ୍ରେମୱାର୍କ। ସାରା ଦେଶରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକ ସେଗୁଡିକର ପ୍ରଦର୍ଶନ ଅନୁସାରେ ଏନଆଇଆରଏଫ ସେମାନଙ୍କୁ ର଼୍ୟାଙ୍କିଂ କରିଥାଏ।

ଏନଆଇଆରଏଫ ୨୦୧୬ରେ ଆରମ୍ଭ ହୋଇଥିଲା। ୨୦୧୬ ପୂର୍ବରୁ ଘରୋଇ ଏଜେନ୍ସି କିମ୍ବା ମିଡିଆ ଦ୍ୱାରା ଦେଶରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକୁ ର଼୍ୟାଙ୍କିଂ କରାଯାଉଥିଲା।

ତେବେ ପୂର୍ବରୁ ଭାରତର କୌଣସି ଅନୁଷ୍ଠାନ ବିଶ୍ୱର ଟପ୍‌-୨୦୦ କିମ୍ବା ୩୦୦ର ର଼୍ୟାଙ୍କିଂରେ ନ ଥିଲା। ଏହି ର଼୍ୟାଙ୍କିଂ କ୍ୱିଉଏସ ୱାଲର୍‌ଡ ୟୁନିଭରସିଟି କିମ୍ବା ଟାଇମ୍ସ ହୟର ଏଜୁକେଶନ ଦ୍ୱାରା କରାଯାଉଥିଲେ େoହଁ ଭାରତର କୌଣସି ବି ଅନୁଷ୍ଠାନ ଏଥିରେ ସ୍ଥାନ ପାଇପାରୁ ନ ଥିଲା।
ଏଜେନ୍ସିଗୁଡିକ ଦ୍ୱାରା ରଖାଯାଇଥିବା କ୍ରାଏଟେରିଆ କିମ୍ବା ମନୋନୀତ ଲୋକଙ୍କ ଧାରଣା ଉପରେ ର଼୍ୟାଙ୍କିଂ କରାଯାଉଥିଲା। ତେବେ ଏହାକୁ ଧ୍ୟାନରେ ରଖି ୨୦୧୫ରେ ନିଜସ୍ବ ଅନୁଷ୍ଠାନର ର଼୍ୟାଙ୍କିଂ କରିବା ପାଇଁ ଭାରତ ସରକାର ନୂଆ ନିଷ୍ପତ୍ତି ନେଇଥିଲେ। ଯାହାଦ୍ୱାରା ସେ ନିଜ ଦେଶରେ ଥିବା ଅନୁଷ୍ଠାନଗୁଡିକୁ ର଼୍ୟାଙ୍କିଂ କରିପାରିବେ।

Share