Posted inଜାତୀୟ

ନୂଆ ସରକାରରେ ଜେପି ନଡ୍ଡାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ, ହୋଇପାରନ୍ତି ରାଜ୍ୟ ସଭାର…

ନୂଆଦିଲ୍ଲୀ,୨୧।୬: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଖୁବ ଶୀଘ୍ର ନୂଆ ସରକାରରେ ଆଉ ଏକ ଗୁରୁ ଦାୟିତ୍ୱ ମିଳିପାରେ। ଏନେଇ କେବଳ ଆଲୋଚନା ଚାଲିଥିବାଥିବାବେଳେ କେବଳ ସ୍ବୀକୃତି ଦେବା ବାକି ରହିଛି।

ସୂଚନାନୁସାରେ ନଡ୍ଡାଙ୍କୁ ରାଜ୍ୟ ସଭାରେ ଗୃହର ନେତା କରାଯାଇପାରେ। ବର୍ତ୍ତମାନ ଜେପି ନଡ୍ଡା ଭାଜପା ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଅଛନ୍ତି। ସଭାପତି ଭାବରେ ତାଙ୍କର କାର୍ଯ୍ୟକାଳ ଜୁନ ମାସରେ ଶେଷ ହେବାକୁ ଯାଉଛି। ଏହାପୂର୍ବରୁ ତାଙ୍କ କାର୍ଯ୍ୟକାଳ ଜାନୁଆରୀରେ ଶେଷ ହେବାକୁ ଥିଲା କିନ୍ତୁ ଲୋକ ସଭା ନିର୍ବାଚନ ହେତୁ ତାଙ୍କ କାର୍ଯ୍ୟକାଳ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସଭାରେ ଗୃହର ନେତା ପୀୟୁଷ ଗୋୟଲ ଥିଲେ କିନ୍ତୁ ସେ ଉତ୍ତର ମୁମ୍ବାଇ ଲୋକ ସଭା ଆସନରୁ ଏମପି ହେବା ପରେ ସେ ରାଜ୍ୟ ସଭାରୁ ଇସ୍ତଫା ଦେଇଥିଲେ। ଏଭଳି ପରିସ୍ଥିତିରେ, ବରିଷ୍ଠ ଏବଂ ଅଭିଜ୍ଞତାକୁ ବିଚାର କରି ନଡ୍ଡାଙ୍କୁ ଏହି ପଦ ଦିଆଯାଇପାରେ। ସୂଚନାଯୋଗ୍ୟ ଯେ ରାଜ୍ୟ ସଭାରେ ଗୃହର ନେତା ହେଉଛନ୍ତି ସଂସଦୀୟ ଦଳର ନେତା ଅଟନ୍ତି। ଆଉ ତାଙ୍କର ବିଶେଷ ଗୁରୁତ୍ୱ ରହିଛି।

ରାଜ୍ୟ ସଭାରେ ଗୃହର ନେତାଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଗୃହର କାର୍ଯ୍ୟକାରିତା ପାଇଁ ସେ ଦାୟୀ। ଗୃହର ନେତା ତଥା ବିରୋଧୀଦଳର ନେତା ଯେକୌଣସି ସମୟରେ ଯେକୌଣସି ପ୍ରସଙ୍ଗରେ କହିବାକୁ ଠିଆ ହୋଇପାରିବେ। କାରଣ ଏହା ସେମାନଙ୍କ ଅଧୀକାର। ଯଦିଓ ଏହା ଏକ ସାମ୍ବିଧାନିକ ପଦବୀ ନୁହେଁ, ରାଜ୍ୟ ସଭାର ନିୟମ ଅନୁଯାୟୀ ଏହି ପଦବୀର ନିଜସ୍ବ ବ୍ୟବସ୍ଥା ରହିଛି।

ଭାଜପାର ବରିଷ୍ଠ ନେତା ପୀୟୁଷ ଗୋୟଲଙ୍କ ପୂର୍ବରୁ ଥାୱରଚାନ୍ଦ ଗେହେଲଟ, ଅରୁଣ ଜେଟଲୀ, ଜସୱନ୍ତ ସିଂ, ସିକନ୍ଦର ବଖତ ଏବଂ ଲାଲ କୃଷ୍ଣ ଆଡଭାନୀଙ୍କ ପରି ନେତା ରାଜ୍ୟ ସଭାରେ ଗୃହର ନେତା ଥିଲେ। ସେମାନେ ନିଜ ନିଜ କାର୍ଯ୍ୟକାଳ ମଧ୍ୟରେ ବହୁତ ବଡ଼ ଦାୟିତ୍ୱ ତୁଲାଇଥିଲେ । ରାଜ୍ୟ ସଭାରେ ଗୃହର ନେତା ଦାୟିତ୍ୱ ତୁଲାଇଥିବା ଅନ୍ୟ ବରିଷ୍ଠ ନେତାମାନେ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂ, ଆଇ.କେ ଗୁଜରାଲ, ଏଚଡି ଦେବ ଗୌଡା, ଭିପି ସିଂ, ପ୍ରଣବ ମୁଖାର୍ଜୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦେଶ ଗୋଟିଏ ନିର୍ବାଚନ: ୧୫ ବିରୋଧୀ ଦଳ କହିଲେ ଅସମ୍ଭବ

ନୂଆଦିଲ୍ଲୀ,୧୮ା୯: କଂଗ୍ରେସ ନେତୃତ୍ୱରେ ୧୫ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ପୂର୍ବତନ...

ଦେଶର ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ, ତାଲିକାରେ ଓଡ଼ିଶାର ଥିଲେ…

ନୂଆଦିଲ୍ଲୀ,୧୮।୯: ଅରବିନ୍ଦ କେଜରିଓ୍ବାଲଙ୍କ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁକୁ ମଞ୍ଜୁର ଦିଆଯାଇଛି ଯିଏକି ରାଜଧାନୀ ଦିଲ୍ଲୀର ଶୀର୍ଷ...

ମୋଦିଙ୍କ ପ୍ରସ୍ତାବକୁ ଖୋଲାଖୋଲି ସମର୍ଥନ କଲେ ମାୟାବତୀ-ଅଖିଳେଶ, କଂଗ୍ରେସର ବଢିଲା ହାର୍ଟବିଟ୍‌

ନୂଆଦିଲ୍ଲୀ,୧୮।୯: ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୋଦି କ୍ୟାବିନେଟର ନିଷ୍ପତ୍ତିକୁ ଦଳ ସମର୍ଥନ କରି କହିଛି ଯେ...

ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ କ’ଣ ବଦଳିଯିବ ଜାଣନ୍ତୁ….

ନୂଆଦିଲ୍ଲୀ,୧୮ା୯: ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟିର ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି। ପୂର୍ବତନ ରାଷ୍ଟ୍ରପତିଙ୍କ...

ମୋଦି ସରକାରଙ୍କ ବଡ ଆକ୍ସନ, ଆଉ ଭାରତ ପାଣିରେ ମଉଜ କରିପାରିବନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧୮।୯: ପାକିସ୍ତାନ ବର୍ଷ ବର୍ଷ ଧରି ଭାରତୀୟ ଜଳକୁ ଉପଭୋଗ କରିଆସୁଥିଲା, କିନ୍ତୁ ବର୍ତ୍ତମାନ ଏହି ଦିନ ପରିବର୍ତ୍ତନ ହେବାକୁ ଯାଉଛି। ଭାରତ ସରକାର ପାକିସ୍ତାନକୁ...

ଓ୍ବାନ ନେଶନ ଓ୍ବାନ ଇଲେକଶନକୁ ମୋଦି କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୮।୯: ଓ୍ବାନ ନେଶନ ଓ୍ବାନ ଇଲେକଶନର ଅର୍ଥ ହେଉଛି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ। ଏହା ଏବେ ମୋଦି କ୍ୟାବିନେଟର ଅନୁମୋଦନ ଲାଭ କରିଛି। ବୁଧବାର (ସେପ୍ଟେମ୍ବର...

ମହିଳାଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା…, ଗରିବଙ୍କୁ ୧୦୦ ଗଜ ଜମି, ଜାଣନ୍ତୁ ଆଉ କ’ଣ ରହିଛି କଂଗ୍ରେସର ଘୋଷଣାପତ୍ରରେ

ଚଣ୍ଡିଗଡ଼,୧୮।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦଳର ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ଏହି ଅବସରରେ...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri