ନୂଆବର୍ଷରେ ବିଶ୍ୱ ଜନସଂଖ୍ୟା ୭୯୦ କୋଟି ହେବ

ନ୍ୟୁୟର୍କ,୩୧ା୧୨: ନୂଆବର୍ଷ ୨୦୨୩ର ପ୍ରଥମ ଦିନରେ ବିଶ୍ୱ ଜନସଂଖ୍ୟା ୭୯୦ କୋଟିରେ ପହଞ୍ଚତ୍ବ ବୋଲି ଆମେରିକା ସେନ୍‌ସସ୍‌ ବ୍ୟୁରୋ ଆକଳନ କରିଛି। ୨୦୨୨ ଜାନୁୟାରୀ ୧ରୁ ଇତିମଧ୍ୟରେ ଲୋକ ସଂଖ୍ୟାରେ ୭.୩୭ କୋଟି ଯୋଡ଼ି ହୋଇଛି ଅର୍ଥାତ୍‌ ବର୍ଷକରେ ବିଶ୍ୱ ଜନସଂଖ୍ୟା ୦.୯ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୩ ଜାନୁୟାରୀରେ ସାରା ବିଶ୍ୱରେ ପ୍ରତି ସେକେଣ୍ଡରେ ୪.୩ ଶିଶୁ ଜନ୍ମହେବାକୁ ଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିବ ବୋଲି ସେନ୍‌ସସ୍‌ ବ୍ୟୁରୋ କହିଛି।
ଅନୁଯାୟୀ ୨୦୨୩ ନୂଆ ବର୍ଷରେ ଆମେରିକା ଜନସଂଖ୍ୟା ୩୩ କୋଟି ୪୨ ଲକ୍ଷରେ ପହଞ୍ଚତ୍ବ। ବର୍ଷକରେ ସେଠାରେ ଲୋକସଂଖ୍ୟା ୧୫ ଲକ୍ଷ ବୃଦ୍ଧି ପାଇଛି ଯାହାକି ୦.୫ ପ୍ରତିଶତ। ଆମେରିକାରେ ଆସନ୍ତାବର୍ଷ ଜାନୁୟାରୀରେ ପ୍ରତି ୯ ସେକେଣ୍ଡରେ ଜଣେ ଶିଶୁ ଜନ୍ମ ହେବାକୁ ଥିବାବେଳେ ପ୍ରତି ୧୦ ସେକେଣ୍ଡରେ ଜଣକର ମୃତ୍ୟୁ ଘଟିବ ବୋଲି କୁହାଯାଇଛି। ସେହିପରି ଅନ୍ତର୍ଜାତୀୟ ପ୍ରବାସନ ଯୋଗୁ ଆମେରିକା ଲୋକ ସଂଖ୍ୟା ପ୍ରତି ୩୨ ସେକେଣ୍ଡରେ ୧ ବଢ଼ିବ ବୋଲି ସେନ୍‌ସସ୍‌ ବ୍ୟୁରୋ ଆକଳନ କରିଛି।

Share