ଆସନ୍ତା ୪୦ ଦିନ ମଧ୍ୟରେ ଚାଇନାରେ ୨୦୦ କୋଟି ଲୋକ ହେବେ ସ୍ଥାନାନ୍ତର: ସ୍ଥିତି ଅଣାୟତ୍ତ ହେବା ଆଶଙ୍କା…

ବେଜିଂ,୭।୧ : ଚାଇନାରେ କରୋନା ବିସ୍ଫୋରଣ ମଧ୍ୟରେ ଚାଇନା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନିଜର ସୀମା ଖୋଲିଛି। ଏହା ଯୋଗୁ ଦେଶରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି। ଯାତ୍ରା କରିବାକୁ ଭଲପାଉଥିବା ଯୁବକମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ପ୍ରତି ଭୟ ନାହିଁ। ସମ୍ପ୍ରତି ଦେଶର ରାସ୍ତା କଡ଼ରେ ଶହଶହ ମୃତଦେହ ଅନ୍ତିମ ସଂସ୍କାର ପାଇଁ ପଡ଼ି ରହିଛି। ତେବେ ଲୋକେ କରୋନା ବିରୋଧରେ ହର୍ଡ ଇମ୍ୟୁନିଟି ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବିକାଶ କରିବା ଆଶାରେ ସେମାନେ ଜାଣିଶୁଣି କରୋନାରେ ସଂକ୍ରମିତ ହେଉଥିବା କୁହାଯାଉଛି।

ଆସନ୍ତା ୪୦ ଦିନ ମଧ୍ୟରେ ଦେଶର ୨୦୦ କୋଟି ଲୋକ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି। ଏହି ସ୍ଥାନାନ୍ତର ଯୋଗୁ ଦେଶରେ କରୋନା ଆକ୍ରାନ୍ତ ସ୍ଥିତି ଅଣାୟତ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

Share