Categories: ଜାତୀୟ

ବିରୋଧୀ ଏକତା ବୈଠକରେ ପ୍ରଥମେ ଅଧ୍ୟାଦେଶ ଉପରେ ହେଉ ଚର୍ଚ୍ଚା: କେଜରିଓ୍ବାଲ ଲେଖିଲେ ଚିଠି…

ନୂଆଦିଲ୍ଲୀ,୨୨।୬ : ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୨୩ ଜୁନରେ ପାଟନାରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଏକତା ବୈଠକ ପୂର୍ବରୁ ବିରୋଧୀ ଦଳର ନେତାମାନଙ୍କୁ ଚିଠି ଲେଖିଛନ୍ତି। ସେ ଅନୁରୋଧ କରିଛନ୍ତି ଅଧ୍ୟାଦେଶ ସମ୍ପର୍କରେ ପ୍ରଥମେ ବିରୋଧୀ ଦଳର ବୈଠକରେ ଆଲୋଚନା ହେବା ଉଚିତ।

ଦିଲ୍ଲୀର ଏହି ନିୟମ ଏକ ପରୀକ୍ଷଣ, ଯଦି ଏହା ସଫଳ ହୁଏ ତେବେ କେନ୍ଦ୍ର ସରକାର ଅଣ-ଭାଜପା ରାଜ୍ୟମାନଙ୍କ ପାଇଁ ସମାନ ନିୟମ ଆଣି ଏକକାଳୀନ ତାଲିକାର ବିଷୟରୁ ରାଜ୍ୟ ସରକାରଙ୍କ ଅଧିକାର ଛଡ଼ାଇ ନେଇଯିବେ। ଏହି ନିୟମ ଲାଗୁ ହେଲେ ଦିଲ୍ଲୀରୁ ଗଣତନ୍ତ୍ର ଶେଷ ହେବ। ଉପରାଜ୍ୟପାଳଙ୍କ ମାଧ୍ୟମରେ ସରକାର ଚାଲିବ। ଦିଲ୍ଲୀ ପରେ ଅନ୍ୟ ରାଜ୍ୟରୁ ଗଣତନ୍ତ୍ର ମୂଳପୋଛ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୩ ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କ ମାଧ୍ୟମରେ ସମସ୍ତ ରାଜ୍ୟ ସରକାର ଚଳାଇବେ।

ଅଧ୍ୟାଦେଶ ବିରୋଧରେ କେଜରିୱାଲ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଭେଟିଛନ୍ତି। ତେବେ ସେ ଏପର୍ଯ୍ୟନ୍ତ କଂଗ୍ରେସରୁ ସମର୍ଥନ ପାଇବାରେ ସକ୍ଷମ ହୋଇନାହାଁନ୍ତି।

Share