Categories: ଜାତୀୟ

ରାଜ୍ୟ ସଭାରେ ଗୁଲାମ ନବୀଙ୍କ ବିକଳ୍ପ ଖୋଜୁଛି କଂଗ୍ରେସ

ନୂଆଦିଲ୍ଳୀ,୭।୨: ଏବେ କଂଗ୍ରେସ ପକ୍ଷରୁ ରାଜ୍ୟ ସଭାରେ ଗୁଲାମ ନବୀ ଆଜାଦଙ୍କ ବିକଳ୍ପ ଖୋଜା ଆରମ୍ଭ ହୋଇଛି। ଫେବୃୟାରୀ ୧୫ରେ ଗୁଲାମ ନବୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କ ସ୍ଥାନରେ ରାଜ୍ୟ ସଭାରେ କଂଗ୍ରେସ ପକ୍ଷରୁ ବିରୋଧୀ ଦଳ ନେତା କିଏ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଦୌଡ଼ରେ ୪ ନେତା ରହିଛନ୍ତି। ସେମାନଙ୍କ ମଧ୍ୟରେ ମଲ୍ଲକାର୍ଜୁନ ଖର୍ଗେ, ଆନନ୍ଦ ଶର୍ମା, ପି. ଚିଦାମ୍ବରମ୍‌ ଏବଂ ଦିଗ୍‌ବିଜୟ ସିଂଙ୍କ ନାମ ରହିଛି। ତେବେ ଗୁଲାମ ନବୀ ପୁଣିଥରେ ରାଜ୍ୟ ସଭାକୁ ମଧ୍ୟ ଆସିବାର ସମ୍ଭାବନା ରହିଛି। କେରଳରେ ଏପ୍ରିଲ୍‌ ରାଜ୍ୟ ସଭାର ୩ ଟି ଆସନ ଖାଲି ହେବ। ସେତେବେଳେ ଗୁଲାମନବୀ ପୁଣି ଫେରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଫେବୃୟାରୀ ମାସରେ ପିପୁଲସ୍‌ ଡେମୋକ୍ରାଟିକ୍‌ ପାର୍ଟିର ରାଜ୍ୟ ସଭା ଏମ୍‌ପି ନାଜିର୍‌ ଅହମ୍ମଦ୍‌ ଲାଓ୍ବେ ଏବଂ ମୀର ମହମ୍ମଦ ଫୈଜ୍‌ଙ୍କ କାର୍ଯ୍ୟକାଳ ଯଥାକ୍ରମେ ୧୦ ଏବଂ ୧୫ ତାରିଖରେ ଶେଷ ହେଉଛି। ସେହିପରି ଭାଜପା ଏମ୍‌ପି ଶମସେର୍‌ ସିଂ ମାନହାସ୍‌ଙ୍କ କାର୍ଯ୍ୟକାଳ ଫେବୃୟାରୀ ୧୦ରେ ସରୁଛି।

Share