Categories: ବାଣିଜ୍ୟ

ରାଜ୍ୟ ସଭାରେ ଇନ୍‌ସଲ୍‌ଭେନ୍ସି କୋଡ୍‌ ସଂଶୋଧନ ବିଲ୍‌ ପାସ୍‌

ନୂଆଦିଲ୍ଲୀ,୨୦।୯:ଇନ୍‌ସଲ୍‌ଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସି କୋଡ୍‌ (ଦ୍ୱିତୀୟ ସଂଶୋଧନ) ବିଲ୍‌ ୨୦୨୦କୁ ଶନିବାର ରାଜ୍ୟ ସଭାରେ ଅନୁମୋଦନ ମିଳିଛି। ଫଳରେ କରୋନା ଭାଇରସ ଯୋଗୁ ଉପୁଜିଥିବା ସ୍ଥିତିରେ ମାର୍ଚ୍ଚଠାରୁ ଅନ୍ତତଃ ପକ୍ଷେ ଆଗାମୀ ୬ ମାସ ଯାଏ କୌଣସି ଦେବାଳିଆ ମାମଲାର ଅଗ୍ରଗତି ହୋଇପାରିବ ନାହିଁ। କମ୍ପାନୀଗୁଡିକର ବିଭିନ୍ନ ସମସ୍ୟାକୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ମାର୍ଚ୍ଚ ୨୫ ପରଠାରୁ ପେମେଣ୍ଟ ଦେବାରେ ଅକ୍ଷମତା କ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଏ ନେଇ ଜୁନ୍‌ରେ ସରକାର ଏକ ଅଧ୍ୟାଦେଶ ଆଣିଥିଲେ। କର୍ପୋରେଟ ଋଣ ଗ୍ରହଣକାରୀ ଏବଂ ବ୍ୟକ୍ତିଗତ ଗ୍ୟାରେଣ୍ଟି ପ୍ରଦାନ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଏକ ସମୟରେ ଦେବାଳିଆ ମାମଲା ଜାରି କରାଯାଇପାରିବ ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି।

Share