ସିଙ୍ଗାପୁର ନିର୍ବାଚନରେ ପିଏପିର ବିପୁଳ ବିଜୟ

ସିଙ୍ଗାପୁର/ନୂଆଦିଲ୍ଲୀ,୧୨ା୭: ସିଙ୍ଗାପୁରରେ ଶୁକ୍ରବାର ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଶାସକ ପିପୁଲ୍ସ ଆକ୍ସନ ପାର୍ଟି (ପିଏପି) ବିପୁଳ ବିଜୟ ହାସଲ କରିଛି। ୯୩ ସଂସଦୀୟ ଆସନ ମଧ୍ୟରୁ ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ଙ୍କ ଦଳ ୮୩ଟି ଆସନ ପାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସିଙ୍ଗାପୁର ପ୍ରତିପକ୍ଷ ଲୁଙ୍ଗ୍‌ଙ୍କୁ ଟୁଇଟର୍‌ରେ ଅଭିନନ୍ଦନ ଜଣାଇଛନ୍ତି। ୧୯୬୫ରେ ସ୍ବାଧୀନତା ପରଠୁ ପିଏପି କ୍ଷମତାରେ ରହିଛି। ସଦ୍ୟ ନିର୍ବାଚନରେ ଦଳକୁ ୬୧.୨୪% ଭୋଟ ମିଳିଛି। ଫଳରେ ୨୦୦୪ରୁ ପ୍ରଧାନମନ୍ତ୍ରୀ ଥିବା ଲୁଙ୍ଗ୍‌ ଚତୁର୍ଥ ପାଳି ଆରମ୍ଭ କରିଛନ୍ତି।

Share