ସ୍ବାଧୀନତା ଦିବସର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୧୪ ଦେଶର ଯୁବବର୍ଗ…

ନୂଆଦିଲ୍ଲୀ, ୧୧।୮ ସ୍ବାଧୀନତା ଦିବସ ଉପଲକ୍ଷେ ୯ ଅଗଷ୍ଟରୁ ୧୭ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୧୪ ଦେଶର ଯୁବବର୍ଗ ଅଂଶଗ୍ରହଣ କରିଛନ୍ତି। ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ଏଭଳି ଏକ ସ୍ବତନ୍ତ୍ର ଯୁବବର୍ଗଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ସମାରୋହରେ ଯୋଗଦେବା ପାଇଁ ଆମେରିକା, ବ୍ରିଟେନ, ଆର୍ଜେଣ୍ଟିନା, ବ୍ରାଜିଲ, ଫିଜି, ଇଣ୍ଡୋନେସିଆ, କିରଗିଜସ୍ତାନ, ମାଳଦ୍ୱୀପ, ମରିସସ, ମୋଜାମ୍ବିକ, ନାଇଜେରିଆ, ସେଚେଲ୍ସ, ୟୁଏଇ ଏବଂ ଉଜବେକିସ୍ତାନର ମୋଟ ୨୬ ଅଧିକାରୀ, ପର୍ଯ୍ୟବେକ୍ଷକ ଏବଂ ୧୨୭ କ୍ୟାଡେଟ ଯୁବବର୍ଗ ଭାରତ ଆସିଛନ୍ତି।

ଲାଲ କିଲ୍ଳାରେ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଯୁବବର୍ଗମାନେ ଦିଲ୍ଲୀ ଏବଂ ଆଗ୍ରାରେ ସାଂସ୍କୃତିକ ଏବଂ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରିବେ। ବିଭିନ୍ନ ଦେଶରେ ଆୟୋଜିତ ଦେଶବ୍ୟାପୀ ପ୍ରତିଯୋଗିତା ମାଧ୍ୟମରେ ୧୨୭ ଯୁବବର୍ଗଙ୍କୁ ଚୟନ କରାଯାଇଛି। ଯେଉଁଥିରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Share