Categories: ରାଜ୍ୟ

ରାଜ୍ୟରେ ସୁସ୍ଥ ହେଲେ ୩୯୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୫ା୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୩୯୨ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସୁନ୍ଦରଗଡରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୭୧ ଜଣ। ଖୋର୍ଦ୍ଧାରୁ ୪୬, ଅନୁଗୋଳରୁ ୩୬, ମୟୂରଭଞ୍ଜରୁ ୨୯, କଳାହାଣ୍ଡିରୁ ୨୭, କଟକରୁ ୨୫, ଝାରସୁଗୁଡା ଓ ପୁରୀରୁ ୧୮, କେନ୍ଦ୍ରାପଡ଼ାରୁ ୧୨, ନୂଆପଡ଼ା ଓ ସମ୍ବଲପୁରରୁ ୧୧, ବାଲେଶ୍ୱର ୧୦, ବରଗଡ଼ ଓ ଭଦ୍ରକ ୯, ବଲାଙ୍ଗୀର ଓ ଜଗତସିଂହପୁରରୁ ୬, ଦେଓଗଡ଼, ଯାଜପୁର, ମାଲକାନଗିରି ଓ ନୟାଗଡ଼ରୁ ୫, କେଉଁଝର ଓ କୋରାପୁଟରୁ ୪, ବୌଦ୍ଧ ଓ ଗଞ୍ଜାମରୁ ୩, ଢ଼େଙ୍କାନାଳ ଓ ରାୟାଗଡ଼ାରୁ ୨, ନବରଙ୍ଗପୁର ଓ ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୮ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ ମୋଟ ୩,୧୯,୮୫୦ ଜଣ କରୋନାରୁ ଆରୋଗ୍ୟ ଲାଭ କରିସାରିଲେଣି।

Share