ଭୁବନେଶ୍ୱର,୧୧।୧୨: ରାଜ୍ୟର ୫ ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା। ଗୃହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଉତ୍ତର ରଖିଛନ୍ତି। ନକଲି ହଲମାର୍କ ପାଇଁ କୁଚିଣ୍ଡାର ଅମ୍ବିକା ଜୁଏଲର୍ସ ନାଁରେ ମାମଲା ହୋଇଥିଲା ।
ଏହା ସହ ଜଗତସିଂହପୁର କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଚାନ୍ଦି ଜୁଏଲର୍ସ ବରଗଡ଼ର ରାଧାକାନ୍ତ, ସମ୍ବଲପୁର ଅଳଙ୍କାର ଜୁଏଲର୍ସ ନାମରେ ମାମଲା ହୋଇଥିଲା। ପରେ ସେମାନଙ୍କ ଲାଇସେନ୍ସ ବାତିଲ କରାଯାଇଥିଲା। ଏ ନେଇ ୨୦୨୨-୨୩ରେ ମାପକ ତ୍ରୁଟି ଯୋଗୁଁ ୬ଟି ମାମଲା ରୁଜୁ, ୨୩୫୦୦ ଜରିମାନା ଆଦାୟ କରାଯାଇଥିଲା। ୨୦୨୩-୨୪ରେ ୬ଟି ମାମଲା, ୧ ଲକ୍ଷ ୫୫ ହଜାର ଏବଂ ୨୦୨୪-୨୫ ନଭେମ୍ବର ସୁଦ୍ଧା ୪ଟି ମାମଲା, ୪୮ ହଜାର ଫାଇନ ଆଦାୟ ହୋଇଛି।