ପୁଣି ରାଜ୍ୟରେ ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୬।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୬ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୪୦ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୧୬ ମୃତକଙ୍କ ମଧ୍ୟରୁ ବାଲେଶ୍ୱରରୁ ୪, କଟକ ଓ ଖୋର୍ଦ୍ଧାରୁ ୨ ଲେଖାଏ ରହିଛନ୍ତି। ସେହିଭଳି ଅନୁଗୋଳ, ବୌଦ୍ଧ, ମୟୂରଭଞ୍ଜ, ନବରଙ୍ଗପୁର, ପୁରୀ, ନୟାଗଡ଼, ସୁବର୍ଣ୍ଣପୁରରୁ ଓ ଭୁବନେଶ୍ୱରରୁ ଜଣେ ଲେଖାଏ ଅଛନ୍ତି।

 

Share