ତୃତୀୟ ପର୍ଯ୍ୟାୟରେ ୭୮.୬ % ମତଦାନ

ଭୁବନେଶ୍ୱର,୨୨/୨(ବ୍ୟୁରୋ):ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୭୮.୬ ପ୍ରତିଶତ ମତଦାନ ହୋଇଛି । ଏ ନେଇ ସୋମବାର ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଅନୁଗୋଳରେ ୮୪.୨୪, କୋରାପୁଟରେ ୮୪.୭୮, ବରଗଡ଼ରେ ୮୨.୬୩, ବାଲେଶ୍ୱରରେ ୭୪.୭୨, ବଲାଙ୍ଗୀରରେ ୭୧.୮୩ ପ୍ରତିଶତ ଭୋଟିଂ ହୋଇଛି । ଭଦ୍ରକରେ ୭୭, ବୌଦ୍ଧରେ ୮୧.୩୧, କନ୍ଧମାଳରେ ୮୧.୩୫, କଟକରେ ୭୯.୨୬, ଦେବଗଡ଼ରେ ୭୯.୮, ଢେଙ୍କାନାଳରେ ୮୦.୩୯, ଗଜପତିରେ ୮୨.୭୨, ଗଞ୍ଜାମରେ ୬୬.୭୫, ଜଗତସିଂହପୁରରେ ୭୬ ପ୍ରତିଶତ ମତଦାନ ହୋଇଛି ।ଯାଜପୁରରେ ୭୧, କଳାହାଣ୍ଡିରେ ୭୭.୫୯, କେନ୍ଦ୍ରାପଡ଼ାରେ ୭୨.୨୫, କେନ୍ଦୁଝରରେ ୭୭.୮୯, ଖୋର୍ଦ୍ଧାରେ ୭୬.୪୯, ମାଲକାନଗିରିରେ ୭୬.୬୩, ମୟୂରଭଞ୍ଜରେ ୭୮.୫୩, ନବରଙ୍ଗପୁରରେ ୮୬.୩୩, ନୟାଗଡ଼ରେ ୭୮.୨, ନୂଆପଡ଼ାରେ ୭୮.୨୪, ପୁରୀରେ ୮୦.୧୨, ରାୟଗଡ଼ାରେ ୭୯.୪୪, ସମ୍ବଲପୁରରେ ୮୧.୦୯, ସୁନ୍ଦରଗଡ଼ରେ ୭୫.୪୫ ପ୍ରତିଶତ ମତଦାନ ହୋଇଛି ।

Share