ବ୍ରିଟେନରେ କରୋନା ଭାଙ୍ଗିଲା ସବୁ ରେକର୍ଡ

ଲଣ୍ଡନ,୧୬।୧୨: ବ୍ରିଟେନରେ କରୋନା ପରିସ୍ଥିତି ଭୟଙ୍କର ହୋଇଛି। ଓମିକ୍ରନର ବିପଦ ମଧ୍ୟରେ ବ୍ରିଟେନରେ କରୋନା ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮,୬୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ଦୈନିକ ସର୍ବାଧିକ ରେକର୍ଡ ମାମଲା ବୋଲି ଜଣାପଡିଛି। ବ୍ରିଟେନର ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ବ୍ରିଟେନର ମୋଟ ଜନସଂଖ୍ୟା ପ୍ରାୟ ୬.୭ କୋଟି। ବ୍ରିଟେନରେ ନୂତନ କରୋନା ଭାରିଆଣ୍ଟ ଓମିକ୍ରନ ବଢୁଥିବାରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି।
ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ପାଇଁ ୟୁରୋପରେ ପ୍ରସ୍ତୁତି ଜୋରସୋରରେ ଚାଲିଛି, କିନ୍ତୁ ଏହିପରି ଭାବରେ ସଂକ୍ରମଣର ଗତି ଲୋକଙ୍କୁ ନିରାଶା କରିପାରେ।

Share