ଲଣ୍ଡନ,୨୭।୧: ବ୍ରିଟେନରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ଟପିଛି। ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏନେଇ ଦୁଃଖ ପ୍ରକାଶ କରିବା ନିଜ ମୁଣ୍ଡକୁ ଦାୟିତ୍ୱ ନେଇଛନ୍ତି। କରୋନା ମୃତ୍ୟୁରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି ଯେ ମୁଁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରୁଛି। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ମୁଁ ସେମାନଙ୍କୁ ସମବେଦନା ଜଣାଇବାକୁ ଚାହେଁ। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆମର ମନ୍ତ୍ରୀମାନେ ଯଥାସମ୍ଭବ ଉଦ୍ୟମ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ମୃତକଙ୍କ ସମ୍ପର୍କୀୟଙ୍କ ଦୁଃଖ କମିପାରିବ ନାହିଁ। ଏହା ଏକ ଭଲ ବିଷୟ ଯେ ଟିକା ନେବା ଆରମ୍ଭ ହେବା ପରେ ମାମଲାଗୁଡ଼ିକରେ ହ୍ରାସ ଘଟିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ମୃତ୍ୟୁ ମୂଲ୍ୟାଙ୍କନ ପ୍ରମାଣପତ୍ରର ପରିସଂଖ୍ୟାନରୁ ଜଣାପଡିଛି ଯେ ଗତବର୍ଷଠାରୁ ବ୍ରିଟେନ୍ରେ ପ୍ରାୟ ୧ ଲକ୍ଷ ୪ ହଜାର ଲୋକଙ୍କର କରୋନା ଯୋଗୁ ମୃତ୍ୟୁ ଘଟିଛି।