ଆମେରିକାରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

ଓ୍ବାଶିଂଟନ, ୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଆମେରିକାରେ ଭଙ୍ଗାରୁଜା କରାଯାଇଛି। କାଲିଫର୍ନିଆର ଡାଭିସ୍‌ ସହରର ସେଣ୍ଟ୍ରାଲ ପାର୍କରେ ଥିବା ମହାତ୍ମାଙ୍କୁ ୬ଫୁଟ ଉଚ୍ଚ ପ୍ରତିମୂତ୍ତିକୁ କିଛି ଅଜଣା ଲୋକ ଭାଙ୍ଗିତଳେ ପକାଇ ଦେଇଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଏହାକୁ ଡାଭିସ୍‌ ସହର ପରିଷଦକୁ ପ୍ରଦାନ କରାଯାଇଥିଲା। ୪ ବର୍ଷ ତଳେ ଏହାକୁ ସ୍ଥାପିତ କରାଯାଇଥିଲା। ଉତ୍ତର କାଲିଫର୍ନିଆର ସ୍ଥାପିତ ହୋଇଥିବା ଏହି ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତିର ଓଜନ ୨୯୪ କିଲୋଗ୍ରାମ୍‌। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଭାବନାକୁୂ ଆଘାତ ହୋଇଥିବା ସହରର ପୋଲିସ ବିଭାଗ ସହକାରୀ ମୁଖ୍ୟ ପାଲଉ୍‌ ଡୋରଶୋଭ୍‌ ପ୍ରକାଶ କରିଛନ୍ତି। ଏହାର ତଦନ୍ତ ଜାରି ରହିଛି। ଖୁବ୍‌ ଶୀଘ୍ର ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି। ଜାନୁୟାରୀ ସକାଳେ ପାର୍କରେ ଥିବା ମହାତ୍ମାଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ତଳେ ପଡ଼ିଥିଲା। ଏନେଇ ପାର୍କ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ।

Share