ଭଦ୍ରକ ଅଫିସ,୨୯।୯: ଭଦ୍ରକ ଜିଲା ସାଳନ୍ଦୀ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ଛନ୍ତି। ଏକକାଳୀନ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି।
ସୂଚନାଯୋଗ୍ୟ, ଭଦ୍ରକ ସହର ପୋଷ୍ଟ ଅଫିସ ଛକ ନିକଟ ତାଙ୍କ ସରକାରୀ ବାସଭବନରେ ଯନ୍ତ୍ରୀ ସେଠୀ ଗୋଟିଏ ଠିକା ସଂସ୍ଥାଠାରୁ ୫ ଲକ୍ଷ ଟଙ୍କା ଆଣି ସମ୍ପର୍କୀୟଙ୍କୁ ଦେଉଥିବା ବେଳେ ଭିଜିଲନ୍ସ ଟିମ୍ ତାଙ୍କୁ କାବୁ କରି ନେଇଥିଲା। ଏକକାଳୀନ ଭଦ୍ରକ ସ୍ଥିତ ସରକାରୀ ଆବାସ , ବାଇପାସ ସ୍ଥିତ କାର୍ଯ୍ୟାଳୟ , ଶ୍ୱଶୁର ଘର ଓ ଖାଇରା ସ୍ଥିତ ଘରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।