Posted inଜାତୀୟ

ଲାଲୁଙ୍କ ସହ ସାକ୍ଷାତକାରର ଭିଡିଓ ଭାଇରାଲ ଭିତରେ ନୀତିଶ କୁମାର କଲେ ବଡ଼ ଘୋଷଣା, କହିଲେ ଭୁଲ ହୋଇ ଯାଇଛି…

ପାଟନା,୬।୯: ବର୍ତ୍ତମାନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଷ୍ଟ୍ରିୟ ଜନତା ଦଳ ମୁଖ୍ୟ ଲାଲୁ ଯାଦବଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସେହି ବୈଠକର ଯେତେବେଳ ସିଏମ ନୀତୀଶ କୁମାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସହ ହସିହସି ସାକ୍ଷାତ କରିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ନୀତୀଶ କୁମାର ବଡ଼ ଘୋଷଣା କରିଛନ୍ତି।

ବର୍ତ୍ତମାନ ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ବିହାର ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ପାଟନାରେ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଉଦ୍‌ଘାଟନ କରୁଛନ୍ତି। ତେବେ ଯେତେବେଳେ ନୀତୀଶ କୁମାର ଏବଂ ଲାଲୁ ଯାଦବଙ୍କ ଭିଡିଓ ସାମ୍ନାକୁ ଆସିଛି ସେତେବେଳେ ବିହାର ରାଜନୀତିରେ ପୁଣି ଥରେ ହଲଚଲ ଦେଖିବାକୁ ମିଳିଛି। ଲୋକମାନେ ଏହି ଭିଡିଓକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରୁଛନ୍ତି।

ଏହି ଭିଡିଓଟି ଦୁଇ ବର୍ଷ ପୁରୁଣା। ଯେତେବେଳେ ନୀତୀଶ କୁମାର ଆରଜେଡି ସହଯୋଗରେ ସରକାର ଚଳାଉଥିଲେ ସେ ତାଙ୍କୁ ଭେଟିବା ପାଇଁ ଲାଲୁଙ୍କୁ ବାସଭବନରେ ପହଞ୍ଚିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ନୀତୀଶ କୁମାର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନାଡାଙ୍କ ସାମ୍ନାରେ ଏକ ବଡ଼ ଘୋଷଣା କରିଛନ୍ତି।

ନୀତୀଶ କୁମାର ଲାଲୁ ଯାଦବଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ପୂର୍ବରୁ ସେ କଣ କରିଥିଲେ, କର ନ କରୁଥିଲେ ଏହାକୁ ଗଣମାଧ୍ୟମରେ ଖୁବ୍‌ ଟେଲିକାଷ୍ଟ ଯାଉଥିଲା। ପାଟନା ହେଉ କି ଦିଲ୍ଲୀର ଖବରକାଗଜରେ ବ୍ୟାପକ ଭାବରେ ଛପା ଯାଉଥିଲା । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡାଙ୍କ ସାମ୍ନାରେ ନୀତୀଶ କୁମାର କହିଛନ୍ତି ଯେ, ସେ ଆଉ ଏପାଖ ସେପାଖ କରିବେ ନାହିଁ। ଭୁଲରେ ସେ ଦୁଇଥର ପଳାଇଥିଲେ। ବର୍ତ୍ତମାନ ଯିବେ ନାହିଁ। ଦୁଇଥର RJD ସହିତ ଯାଇ ଭୁଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦେଶ ଗୋଟିଏ ନିର୍ବାଚନ: ୧୫ ବିରୋଧୀ ଦଳ କହିଲେ ଅସମ୍ଭବ

ନୂଆଦିଲ୍ଲୀ,୧୮ା୯: କଂଗ୍ରେସ ନେତୃତ୍ୱରେ ୧୫ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ପୂର୍ବତନ...

ଦେଶର ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ, ତାଲିକାରେ ଓଡ଼ିଶାର ଥିଲେ…

ନୂଆଦିଲ୍ଲୀ,୧୮।୯: ଅରବିନ୍ଦ କେଜରିଓ୍ବାଲଙ୍କ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁକୁ ମଞ୍ଜୁର ଦିଆଯାଇଛି ଯିଏକି ରାଜଧାନୀ ଦିଲ୍ଲୀର ଶୀର୍ଷ...

ମୋଦିଙ୍କ ପ୍ରସ୍ତାବକୁ ଖୋଲାଖୋଲି ସମର୍ଥନ କଲେ ମାୟାବତୀ-ଅଖିଳେଶ, କଂଗ୍ରେସର ବଢିଲା ହାର୍ଟବିଟ୍‌

ନୂଆଦିଲ୍ଲୀ,୧୮।୯: ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୋଦି କ୍ୟାବିନେଟର ନିଷ୍ପତ୍ତିକୁ ଦଳ ସମର୍ଥନ କରି କହିଛି ଯେ...

ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ କ’ଣ ବଦଳିଯିବ ଜାଣନ୍ତୁ….

ନୂଆଦିଲ୍ଲୀ,୧୮ା୯: ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟିର ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି। ପୂର୍ବତନ ରାଷ୍ଟ୍ରପତିଙ୍କ...

ମୋଦି ସରକାରଙ୍କ ବଡ ଆକ୍ସନ, ଆଉ ଭାରତ ପାଣିରେ ମଉଜ କରିପାରିବନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧୮।୯: ପାକିସ୍ତାନ ବର୍ଷ ବର୍ଷ ଧରି ଭାରତୀୟ ଜଳକୁ ଉପଭୋଗ କରିଆସୁଥିଲା, କିନ୍ତୁ ବର୍ତ୍ତମାନ ଏହି ଦିନ ପରିବର୍ତ୍ତନ ହେବାକୁ ଯାଉଛି। ଭାରତ ସରକାର ପାକିସ୍ତାନକୁ...

ଓ୍ବାନ ନେଶନ ଓ୍ବାନ ଇଲେକଶନକୁ ମୋଦି କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୮।୯: ଓ୍ବାନ ନେଶନ ଓ୍ବାନ ଇଲେକଶନର ଅର୍ଥ ହେଉଛି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ। ଏହା ଏବେ ମୋଦି କ୍ୟାବିନେଟର ଅନୁମୋଦନ ଲାଭ କରିଛି। ବୁଧବାର (ସେପ୍ଟେମ୍ବର...

ମହିଳାଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା…, ଗରିବଙ୍କୁ ୧୦୦ ଗଜ ଜମି, ଜାଣନ୍ତୁ ଆଉ କ’ଣ ରହିଛି କଂଗ୍ରେସର ଘୋଷଣାପତ୍ରରେ

ଚଣ୍ଡିଗଡ଼,୧୮।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦଳର ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ଏହି ଅବସରରେ...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri