ୱାର୍ଲଡ ସ୍କିଲ୍‌ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଓଡ଼ିଆ ଛାତ୍ର

କଟକ ଅଫିସ,୭ା୫: ଚାଇନାର ସାଙ୍ଘାଇରେ ହେବାକୁ ଥିବା ୱାଲର୍‌ଡ ସ୍କିଲ୍‌-୨୦୨୨ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଓଡ଼ିଆ ଯୁବକ ସନ୍ତୋଷ ଓଝା ପ୍ରତିନିଧିତ୍ୱ କରିବେ। ସେ କଟକ ଖପୁରିଆସ୍ଥିତ ଆଇଟିଆଇର୨୦୧୭ ବ୍ୟାଚର ଛାତ୍ର। ଗତ ଜାନୁୟାରୀରେ ଦିଲ୍ଲୀଠାରେ ଆୟୋଜିତ ସ୍କିଲ୍‌ ଇଣ୍ଡିଆ ଜାତୀୟ ଚାମ୍ପିୟନଶିପ୍‌ରେ ସେ ଭାଗନେଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ କ୍ୟାବିନେଟ୍‌ ତିଆରି ସ୍କିଲ୍‌ରେ ଏହି ପ୍ରତିଯୋଗିତାରେ ଭାଗନେଇ ପଦକ ହାସଲ କରିଥିଲେ। ଏହାପରେ ସେ ସାଙ୍ଘାଇ ଯିବା ପାଇଁ ମନୋନୀତ ହୋଇଛନ୍ତି। ସନ୍ତୋଷଙ୍କ ଘର ଯାଜପୁର ଜିଲା ବରୁଆ ଗ୍ରାମରେ। ନୂତନ ଜ୍ଞାନକୌଶଳ ବ୍ୟବହାର କରି ନିଜର ସ୍ବତନ୍ତ୍ର ପରିଚୟ ଗଠନ କରିବାରେ ଲାଗି ପଡିଥାନ୍ତି ସନ୍ତୋଷ ା ଏ ସମ୍ପର୍କରେ ଅଧ୍ୟାପକ ଭୋଦେବ ସାହୁ କହିଛନ୍ତି, ୨୦୧୭ ମସିହାରୁ ତାଙ୍କୁ ତାଲିମ ଓ ପ୍ରଶିକ୍ଷଣ ଦେଇ ଆସୁଥିଲୁ ା ଏବେ ତାଙ୍କ ସଫଳତା ଦେଖି ମୁଁ ଗର୍ବିତ ମନେକରୁଛି। ତେବେ ସାଙ୍ଘାଇରେ ଆୟୋଜିତ ପ୍ରତିଯୋଗିତାରେ ସନ୍ତୋଷ ସ୍ବର୍ଣ୍ଣପଦକ ଜିତିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ୧କୋଟି ଟଙ୍କା ମିଳିବ ବୋଲି ସୁବ୍ରତ ବାଗ୍‌ଚୀ ଟୁଇଟ୍‌ କରି ଜଣାଇଛନ୍ତି।

Share