ଅସତ୍ୟ ଉପରେ ସତ୍ୟର ଜୟ: ଭୁବନେଶ୍ୱରର ଏସବୁ ସ୍ଥାନରେ ହେବ ରାବଣ ପୋଡ଼ି

ଭୁବନେଶର, ୨୪।୧୦: ମଙ୍ଗଳବାର ଦୁର୍ଗାପୂଜାର ଶେଷ ଦିନ  ବିଜୟାଦଶମୀ । ଅସତ୍ୟ ଉପରେ ସତ୍ୟର ହେବ ଜୟ। ମାଙ୍କୁ ସିନ୍ଦୂର ଲାଗି ପରେ ସିନ୍ଦୂର ଖେଳିବେ ମହିଳା। ପରେ ସାରେ ଅନୁଷ୍ଠିତ ହେବ ରାବଣପୋଡ଼ି ।
ତେବେ ଅଗ୍ନିଶମ ବିଭାଗ ପକ୍ଷରୁ ରାଜଧାନୀରେ ରାବଣ ପୋଡି ପାଇଁ ୬ଟି ସ୍ଥାନକୁ ଅନୁମତି ମିଳିଛି । ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡି ପାଇଁ ଅନୁମତି ମିଳିଛି। ଏ ନେଇ ସୁରକ୍ଷାକୁ କଡ଼ା କଡ଼ି କରାଯାଇଛି।
Share