ଯଦି କୁହାଯାଏ ଛୁରିକୁ ମସାଜ ପାଇଁ ବ୍ୟବହାର କରାଯାଏ, ତେବେ କେହି ବିଶ୍ୱାସ କରିବେ ନାହିଁ। ମାତ୍ର ତାଇଓ୍ବାନ୍ର ପୂର୍ବ ଏସିଆ ଦେଶରେ ମସାଜ ପାର୍ଲରଗୁଡିକରେ ଛୁରିର ବ୍ୟବହାର କରାଯାଏ। ୨ ହଜାର ବର୍ଷ ପୂର୍ବରୁ ଏହି ପରମ୍ପରା ରହିଆସିଛି। ଏହାକୁ ଡାଉଲିଆଓ ବୋଲି କୁହାଯାଏ। ଯାହାର ଅର୍ଥ ହେଉଛି ଛୁରିରେ ମସାଜ୍। ଏହାକୁ ନାଇଫ୍ ଥେରାପି ମଧ୍ୟ କୁହାଯାଇଥାଏ।
ଏହି ଛୁରି ମସାଜର ଅନେକ ଉପକାରିତା ମଧ୍ୟ ରହିଛି। ଏହି ମସାଜ୍ ଦ୍ୱାରା ଭଲ ନିଦ ହୋଇଥାଏ। ଯଦି କାହାର ନିଦ୍ରାହିନତା ରୋଗ ଅଛି, ସେମାନଙ୍କ ପାଇଁ ଏହି ମସାଜ ଲାଭ ଦାୟକ। ଏହି ମସାଜ ଦ୍ୱାରା ଶରୀରର ସମସ୍ତ ଯନ୍ତ୍ରଣା ମଧ୍ୟ ଦୂର ହେବା ସହ ପୁରୁଣା ଗଣ୍ଠି ଯନ୍ତ୍ରଣା ଭଲ ହୋଇଥାଏ ବୋଲି କୁହାଯାଏ। ‘ଦି ଆନ୍ସିଏଣ୍ଟ ଆର୍ଟ ଅଫ୍ ନାଇଫ୍ ମସାଜ’ ନାମକ ୩୬ଟି ବ୍ରାଞ୍ଚ୍ ତାଇଓ୍ବାନରେ ରହିଛି। ଏହି କେନ୍ଦ୍ରର ପୁରା ନାମ ହେଉଛି ‘ଡାଓଲିଆଓ- ଆଇ- ଜିଙ୍ଗ୍- ଏଜୁକେଶନ-ସେଣ୍ଟର। ଏହି ମସାଜ ଶିଖିବା ପାଇଁ ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରୁ ଲୋକେ ଏଠାରୁ ଆସିଥାନ୍ତି। ଫ୍ରାନ୍ସ, କାନାଡା, ହଂକଂ ଏବଂ ଜାପାନର ଲୋକମାନେ ବିଶେଷକରି ଏହି ମସାଜ ଶିଖିଥାନ୍ତି।