ବିଶ୍ୱରେ ଅନେକ ଦେଶ ଅଛି। ପ୍ରତ୍ୟେକ ଦେଶରେ କିଛି ନା କିଛି ନୀତି ନିୟମ ରହିଛି। ଯାହାକୁ ଲୋକେ ମାନିବାକୁ ବାଧ୍ୟ। ମାତ୍ର ଏମିତି ଏକ ଦେଶ ଅଛି, ଯେଉଁଠି ମୂଷା ପାଳିବା ମଧ୍ୟ ମନା। ଏପରି ଦେଶ ହେଉଛି କାନାଡା। ଏଠାରେ ମୂଷା ପାଳିବା ଅତ୍ୟନ୍ତ କଷ୍ଟକର। କାରଣ ମୂଷା ରଖିବା ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ିଥାଏ। ପ୍ରକୃତପକ୍ଷେ ଜୀବନ୍ତ ମୂଷା ବିକ୍ରି କିମ୍ବା ହତ୍ୟା କାନାଡାରେ ବେଆଇନ ବୋଲି ଧରାଯାଏ। ତେଣୁ ଏଠାରେ ମୂଷା ପାଳିବା ପ୍ରତି କଟକଣା ରହିଛି।
ଏହି ଦେଶ ବିଷୟରେ କହିବାକୁ ଗଲେ ଏହା ବିଶ୍ୱର ବିକଶିତ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ। ଏହା ଉତ୍ତର ଆମେରିକାରେ ଅବସ୍ଥିତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଏବଂ କ୍ଷେତ୍ର ଦୃଷ୍ଟିରୁ ଦ୍ୱିତୀୟ ବୃହତ୍ତମ। ଆମେରିକା ସହିତ ଏହାର ଅନ୍ତର୍ଜାତୀୟ ସୀମା ହେଉଛି ବିଶ୍ୱର ବୃହତ୍ତମ ସ୍ଥଳ ସୀମା। ଯାହାର ଲମ୍ବ ୮ ହଜାର କିଲୋମିଟରରୁ ଅଧିକ। କାନାଡାକୁ ‘ମିନି ହିନ୍ଦୁସ୍ତାନ’ କହିଲେ ବି ଏହା ଭୁଲ ହେବ ନାହିଁ।
କାରଣ ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୩୦ ହଜାରରୁ ଅଧିକ ଭାରତୀୟ ଏଠାରେ ବସବାସ କରନ୍ତି ଏବଂ ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବରୁ ଯାଇଥାନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କାନାଡାର ପ୍ରାୟ ୪୦ ପ୍ରତିଶତ ଜଙ୍ଗଲ ଅଟେ।
କୁହାଯାଏ, କାନାଡାର କେତେକ ଅଞ୍ଚଳରେ ମାଧ୍ୟାକର୍ଷଣର ସ୍ତର ଅନ୍ୟ ଅଂଶ ତୁଳନାରେ ବହୁତ କମ ଅଟେ, ଯେଉଁ କାରଣରୁ ଆପଣ ମଧ୍ୟ ସେଠାରେ ବାୟୁରେ ଉଡ଼ିବା ଭଳି ଅନୁଭବ କରିପାରିବେ।