ଏହି ଦେଶରେ ଶିଶୁ ଜନ୍ମ ହେବା ପରେ ପରିବାରଠାରୁ ଅଲଗା ରହେ ମା’

ଶିଶୁ ଜନ୍ମ ହେବା ପରିବାରରେ ଅତ୍ୟନ୍ତ ଖୁସିର ବିଷୟ। ମାତ୍ର ବିଭିନ୍ନ ସମ୍ପ୍ରଦାୟରେ ଏହି ବିଶେଷ ଉତ୍ସବ ପାଳନର ଭିନ୍ନ ନିୟମ ରହିଛି। ବିଶ୍ୱର ଅନେକ ସମ୍ପ୍ରଦାୟରେ, ଶିଶୁ ଜନ୍ମ ହେବା ସମୟରେ ବିଭିନ୍ନ ପ୍ରକାର ରୀତିନୀତି କରାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏପରି କିଛି ପରମ୍ପରା ପାଳନ କରୁଥିବା ଲୋକମାନେ ମଧ୍ୟ ବିକଶିତ ଦେଶରେ ଅଛନ୍ତି। ବିଶ୍ୱାସ କରାଯାଏ, ଏହି ରୀତିନୀତି ଦ୍ୱାରା ପିଲାଟି ସମସ୍ତ ସମସ୍ୟାରୁ ରକ୍ଷା ପାଇପାରିବ।

ତେବେ ଚାଇନାରେ ଶିଶୁ ଜନ୍ମ ପରେ ମା’ଙ୍କୁ ପରିବାରଠାରୁ ସମ୍ପୂର୍ଣ୍ଣ ୩୦ ଦିନ ଅଲଗା ରହିବାକୁ ପଡିଥାଏ। ଏହି ୩୦ ଦିନ ପାଇଁ ସେମାନେ ବାହାରକୁ ବାହାରି ପାରିବେ ନାହିଁ କିମ୍ବା କଞ୍ଚାଫଳ ଖାଇ ପାରିବେ ନାହିଁ। କେବଳ ଏତିକି ନୁହେଁ, ସେମାନଙ୍କୁ ଗାଧୋଇବାକୁ ମଧ୍ୟ ବାରଣ କରାଯାଏ। ଚାଇନାବାସୀ ଏହି ମାସକୁ ଜୁୟୁ ୟୁଜି ଭାବେ ଧରିନେଇଥାନ୍ତି। ଚାଇନାରେ ଏହି ରୀତିନୀତି ୨,୦୦୦ ବର୍ଷରୁ ଅଧିକ ପୁରୁଣା।

Share