ଏଇ ଭାରତରେ

ଜୈବିକ ଖତ ପ୍ରସ୍ତୁତକାରୀଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ବେଙ୍ଗାଲୁରୁସ୍ଥିତ ‘େଓଷ୍ଟ ଇଜ୍‌ ଗୋଲ୍ଡ’ ବା ବର୍ଜ୍ୟ ହିଁ ସୁନା ନାମକ ଷ୍ଟାର୍ଟଅପ ଏକ ମେଶିନ ନିର୍ମାଣ କରିଛି, ଯେଉଁଥିରେ ୮ ଘଣ୍ଟାରେ ୨୦ରୁ ୧୦ ଟନ୍‌ ଓଦା ବର୍ଜ୍ୟରୁ ଖତ ପ୍ରସ୍ତୁତ ହୋଇପାରୁଛି। ମେଶିନର ନାମ ରଖାଯାଇଛି ‘ଗୋଲ୍ଡ କମ୍ପୋଷ୍ଟର’। ଏହି ଟେକ୍‌ନୋଲଜିର ସ୍ରଷ୍ଟା ହେଉଛନ୍ତି ସନ୍ଦୀପ ତିଓ୍ବାରୀ। ଏହା ଯେଉଁ ଖତ ପ୍ରସ୍ତୁତ କରୁଛି ସେଥିରେ ଗଛ ପାଇଁ ଦରକାର ସବୁ ପ୍ରକାର ନ୍ୟୁଟ୍ରିଣ୍ଟ ରହୁଛି। ଗୋଲ୍ଡ କମ୍ପୋଷ୍ଟର ନିର୍ମାଣ କରାଯିବା ପୂର୍ବରୁ ‘େଓଷ୍ଟ ଇଜ ଗୋଲ୍ଡ’ ଷ୍ଟାର୍ଟଅପ ୧୦ଟି ପ୍ରତିକୃତି ନିର୍ମାଣ କରିଥିଲା। ଏହି ଯାତ୍ରା ୨୦୧୪ରୁ ଆରମ୍ଭ ହୋଇଥିଲା ଓ ୨୦୧୫ରେ ପ୍ରଥମ ପ୍ରତିକୃତି ନିର୍ମାଣ କରାଯାଇଥିଲା। ତେବେ ସେସବୁର ବ୍ୟବହାରକୁ ଆହୁରି ସହଜ ଓ ସମୟ ଉପଯୋଗୀ କରିବାକୁ ଯାଇ ଶେଷରେ ଗୋଲ୍ଡ କମ୍ପୋଷ୍ଟର ନିର୍ମାଣ କରାଯାଇଛି। ଏଥିରୁ ଦୁଇଟି ବେଙ୍ଗାଲୁରୁର ପ୍ରେଷ୍ଟିଜ ରୟାଲ ଗାର୍ଡନରେ ରହିଛି ଓ ପ୍ରତିଦିନ ଏହା ୮୦୦ କେ.ଜି.ବର୍ଜ୍ୟକୁ ଖତ କରିପାରୁଛି। ପୂର୍ବରୁ ବ୍ୟବହାର କରାଯାଉଥିବା କମ୍ପୋଷ୍ଟରଗୁଡ଼ିକରୁ ଦୁର୍ଗନ୍ଧ ବାହାରୁଥିଲା, କିନ୍ତୁ ଏବେ ଗୋଲ୍ଡ କମ୍ପୋଷ୍ଟରରେ ତାହା ହେଉନାହିଁ। କେବଳ ବେଙ୍ଗାଲୁରୁ ନୁହେଁ ଦେଶର ବିଭିନ୍ନ ସହରର (୧୫)ଟି ସ୍ଥାନରେ ଏହି କମ୍ପୋଷ୍ଟର ବସାଯାଇଛି। ଏହି ସବୁ କମ୍ପୋଷ୍ଟରୁ ମାସକୁ ୨୫୦୦ ଟନ ବର୍ଜ୍ୟରୁ ୧୨୦୦ ଟନ ଖତ ତିଆରି ହୋଇପାରୁଛି।