ଏଇ ଭାରତରେ

କର୍ତ୍ତବ୍ୟ ହିଁ ଭଗବାନ,ଏହା ଉପଲବ୍ଧିି କରିଛନ୍ତି ଅଙ୍ଗନଓ୍ବାଡି କର୍ମୀ ରେଲୁ ଭାସ୍‌ଭେ। ମହାରାଷ୍ଟ୍ରର ନନ୍ଦୁବାର ଜିଲା ବାସିନ୍ଦା ରେଲୁ ନର୍ମଦା ନଦୀରେ ପ୍ରତିଦିନ ୧୪ କି.ମି ନୌକା ଚଳାଇ ତାଙ୍କ ଗାଁର ଦୁର୍ଗମ ଅଞ୍ଚଳରେ ପହଞ୍ଚୁଛନ୍ତି। ସେଠାରେ ଗର୍ଭବତୀ ମା’ ଓ ନବଜାତ ଶିଶୁମାନଙ୍କୁ ପୌଷ୍ଟିକ ଖାଦ୍ୟ ଓ ଓ୍ୟଷଧ ଯୋଗାଉଛନ୍ତି। ରେଲୁଙ୍କ ବୟସ ୨୮। ଆଦିବାସୀ ଅଧ୍ୟୁଷିତ ତାଙ୍କ ଗାଁକୁ ଯିବା ଲାଗି କୌଣସି ରାସ୍ତା ନାହିଁ। ଏହି ଗାଁଟି ନଦୀ ପାହାଡ଼ ମଧ୍ୟରେ ଭାଗ ଭାଗ ହୋଇ ରହିଛି। ୨୦୧୪ରେ ଅଙ୍ଗନଓ୍ବାଡି କର୍ମୀ ଭାବେ ସେ କାର୍ଯ୍ୟରେ ଯୋଗଦେଇଥିତ୍ଲେ। ୬ ବର୍ଷ ହେବ ସେ ନିଷ୍ଠାପର ଭାବେ ଏହି କାର୍ଯ୍ୟ କରି ଆସୁଛନ୍ତି। ପିଲାବେଳୁ ସେ ନଦୀରେ ଡଙ୍ଗା ଚଳାଇବା ଶିଖିଥିଲେ , ଯାହା ଏବେ ଲୋକଙ୍କ ସେବାରେ ଏହା ଲାଗିପାରୁଛି ବୋଲି କହନ୍ତି ରେଲୁ। ନାଉରିଆମାନଙ୍କ ଉପରେ ନିର୍ଭର କଲେ କାର୍ଯ୍ୟରେ ବିଳମ୍ବ ହେଉଥିତ୍ବାରୁ ସେ ନିଜେ ଡଙ୍ଗା ନେଇ ଯାଉଛନ୍ତି। ଏଥିପାଇଁ ସେ ଦୁଇମାସ ଅଭ୍ୟାସ କରିଥିଲେ। ସକାଳୁ ଯାଇ ଫେରିବାବେଳକୁ ସନ୍ଧ୍ୟା ହୋଇଯାଏ। ଏବେ ସେ ସାଙ୍ଗରେ ତାଙ୍କ ୭ ବର୍ଷ ବୟସର ପୁଅ ଓ ୧୩ ମାସର ଝିଅକୁ ନେଇ କାର୍ଯ୍ୟ କ୍ଷେତ୍ରକୁ ଯାଉଛନ୍ତି। ସେଠାରେ ସକାଳ ୮ଟାରୁ ମଧ୍ୟାହ୍ନ ଯାଏ ମହିଳାମାନଙ୍କୁ ସାକ୍ଷାତ କରିବା ପରେ ଗାଁରେ ଥିବା ଶିଶୁମାନଙ୍କ ସମସ୍ୟା ବୁଝିବାକୁ ବାହାରିଯାଆନ୍ତି। ଲୋକମାନେ ସାଧାରଣତଃ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସିଥାନ୍ତି। କିନ୍ତୁ ଲକ୍‌ଡାଉନ ଯୋଗୁ ତାଙ୍କୁ ପ୍ରତିଦିନ ଗାଁର ସବୁ ସ୍ଥାନକୁ ଡଙ୍ଗା ନେଇ ଯିବାକୁ ପଡୁଛି।