Advertisement

ଏଇ ଭାରତରେ

ଜୀବନରେ ବହୁ ଝଡ଼ଝଞ୍ଜା ସହି ଅସହାୟଙ୍କ ସାହାରା ପାଲଟିଛନ୍ତି ରାଜସ୍ଥାନର ସୁମନ ମଣ୍ଡଳ ମେହରା। ସେ ଏବେ ସୁଦ୍ଧା ୧୦୦୦ରୁ ଅଧିକ ଅସହାୟ ଲୋକଙ୍କୁ ମାଗଣାରେ ଚିକିତ୍ସା କରି ସୁସ୍ଥ କରିବା ସହ ସେମାନଙ୍କ ଆତ୍ମୀୟଙ୍କ ନିକଟରେ ପହଞ୍ଚାଇସାରିଲେଣି। କେବଳ ଏତିକି ନୁହେଁ ସେ ମାନବ ସେବା ଆଶ୍ରମ ନାମକ ଏକ ଆଶ୍ରୟ ସ୍ଥଳ ନିର୍ମାଣ କରି ସେଠାରେ ୫୦ ଜଣ ଅସହାୟ ଲୋକଙ୍କୁ ରଖିଛନ୍ତି। ସେମାନଙ୍କ ଖାଇବା ଓ ଚିକିତ୍ସା ଖର୍ଚ୍ଚ ସେ ନିଜେ ବହନ କରୁଛନ୍ତି। ସୁମନ ଜଣେ ଗରିବ ଘରର ଝିଅ ଥିଲେ। ମାତ୍ର ୧୪ ବର୍ଷ ବୟସରେ ତାଙ୍କର ବାହାଘର ହୋଇଥିଲା। ପରେ ସେ ଆମତ୍ନିର୍ଭର ହେବା ପାଇଁ ନର୍ସିଂ ପଢ଼ିବାକୁ ସ୍ଥିର କରିଥିଲେ। ଅର୍ଥାଭାବ ଏଥିରେ ବାଧକ ସାଜିଥିଲେ ମଧ୍ୟ ତାଙ୍କ ସ୍ବାମୀ ଦିନମଜୁରିଆ ଭାବେ କାମ କରି ସେହି ରୋଜଗାରରେ ପରିବାର ଚଳାଇ ସୁମନଙ୍କୁ ପଢା ଖର୍ଚ୍ଚ ଯୋଗାଇଦେଇଥିଲେ। ସୁମନ ନର୍ସିଂରେ ଡିଗ୍ରୀ ହାସଲ କରି ଏକ ହସ୍ପିଟାଲରେ ଚାକିରି କଲେ। ଥରେ ସଡ଼କରେ ଜଣେ ଅପରିଚିତ ଅସହାୟ ଲୋକ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଚିକିତ୍ସା କରି ସୁସ୍ଥ କରିଥିଲେ। ସେହି ଘଟଣା ତାଙ୍କୁ ରାସ୍ତାକଡ଼ରେ ରହୁଥିବା ଅନ୍ୟ ଅସହାୟମାନଙ୍କ ସେବା ଲାଗି ପ୍ରେରିତ କରିଥିଲା। ଏବେ ଏହି କାର୍ଯ୍ୟ ପାଇଁ ସାମାଜିକ ସ୍ତରରୁ ବହୁ ସହଯୋଗ ମିଳୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel