ଏଇ ଭାରତରେ

ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାମାନଙ୍କ ଜୀବନ କେତେ ଯନ୍ତ୍ରଣାଦାୟକ ତାହା ସେମାନେ ହିଁ ଅଙ୍ଗେ ନିଭାଇଥାଆନ୍ତି। ଏଭଳି ପୀଡ଼ିତାଙ୍କ ପାଇଁ ଆଶାବାଡ଼ି ସାଜିଛନ୍ତି ଉତ୍ତରପ୍ରଦେଶର ଆଉ ଜଣେ ପୀଡ଼ିତା ଦେବାଂଶୀ ଯାଦବ। ୯ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମା’ଙ୍କ ଦେହାନ୍ତ ଘଟିଥିଲା। ୧୪ ବର୍ଷ ବୟସରେ ସେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିଲେ। କେବଳ ଏତିକି ନୁହେଁ, ସେ ୧୮ ବର୍ଷରେ ବି ଯୌନ ନିର୍ଯାତନାର ଶିକାର ହୋଇଥିଲେ। ଏସବୁ ସତ୍ତ୍ୱେ ସମାଜର ପ୍ରତିଟି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଦେବାଂଶୀ ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କୁ ଉଦ୍ଧାର କରୁଛନ୍ତି ଓ ସେମାନଙ୍କୁ ମାଗଣାରେ ନ୍ୟାୟିକ ସହଯୋଗ ଯୋଗାଇ ଦେଉଛନ୍ତି। ପୀଡ଼ିତାଙ୍କ ସହ ଥାନାଠାରୁ ଆରମ୍ଭ କରି କୋର୍ଟ ଯାଏ ସବୁ ସ୍ଥାନକୁ ସେ ଯାଉଛନ୍ତି। ପୀଡ଼ିତାଙ୍କୁ ମଧ୍ୟ ମାଗଣାରେ କାଉନସେଲିଂ କରାଉଛନ୍ତି। ସେ ରାୟବରେଲିରେ ଶହୀଦ ରାମାଶ୍ରୟ ଓ୍ବେଲଫେୟାର ସୋସାଇଟିି ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ ସଞ୍ଚାଳନ କରୁଛନ୍ତି। ଏହି ସଂସ୍ଥା ସେ ତାଙ୍କ ପିତାଙ୍କ ନାମରେ ଗଢ଼ିଛନ୍ତି।