ଏଇ ଭାରତରେ

ପରିବା ବିକ୍ରି କରି ପରିବାର ଚଳାଉଥିବା ମା’ଙ୍କ ସ୍ବପ୍ନ ପୂରଣ କରିବା ଲାଗି ଗାଁରେ ଏକ ହସ୍ପିଟାଲ ପ୍ରତିଷ୍ଠା କରି ୩୦ବର୍ଷରୁ ଊର୍ଦ୍ଧ୍ୱ ହେବ ସେବା ଯୋଗାଇ ଆସୁଛନ୍ତି ଡା. ଅଜୟ ମିଶ୍ରା। କୋଲକାତାର ହସପୁକୁର ଅଞ୍ଚଳରେ ରହୁଛନ୍ତି ଅଜୟ ଏବଂ ତାଙ୍କ ମା’। ୧୯୭୧ରେ ତାଙ୍କୁ ମାତ୍ର ୪ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସାରୁ ବଞ୍ଚିତ ହେବା ଯୋଗୁ ତାଙ୍କର ଏଭଳି ମୃତ୍ୟୁ ଘଟିଥିଲା। ପରେ ତାଙ୍କ ମା’ ଶୁଭାସିନୀ ମିଶ୍ରା ପରିବା ଦୋକାନ କରି ପରିବାର ପ୍ରତିପୋଷଣ କରିବା ସହ ଅଜୟଙ୍କୁ ଡାକ୍ତରୀ ପଢ଼ାଇଥିଲେ। ଚିକିତ୍ସା ଅଭାବରୁ ଅଜୟଙ୍କ ପିତାଙ୍କ ମୃତ୍ୟୁ ଘଟିଥିବାରୁ ଗାଁର ଗରିବ ଲୋକେ କେମିତି ସୁବିଧାରେ ଚିକିତ୍ସା ସେବା ପାଇବେ ସେଥିପାଇଁ ଏକ ହସ୍ପିଟାଲ କରିବା ଥିଲା ଶୁଭାସିନୀଙ୍କ ଲକ୍ଷ୍ୟ। ତେବେ ଅଜୟ ଡାକ୍ତରୀ ପାଠ ଶେଷ କରିବା ପରେ ଚାକିରି ନ କରି ମାଟି ଛପରଘରେ ପ୍ରଥମେ ଚିକିତ୍ସା ଆରମ୍ଭ କରିଥିଲେ। ୧୯୯୩ରେ ୮୦୦୦ ଟଙ୍କା ପାଣ୍ଠି ଯୋଗାଡ କରି ପକ୍କା ଘର କରିବା ସହ ହସ୍ପିଟାଲର ନାମ ରଖିଥିଲେ ‘ହ୍ୟୁମାନିଟି ହସ୍ପିଟାଲ’। ୩୦ ବର୍ଷ ହେଲା ଅଜୟ ଏହି ହସ୍ପିଟାଲ କେବେ ବନ୍ଦ କରିନାହାନ୍ତି। କେବଳ ତାଙ୍କ ଗାଁ ନୁହେଁ, ବରଂ ଆଖପାଖର ଗରିବ ଲୋକମାନଙ୍କୁ ମଧ୍ୟ ମାଗଣାରେ ଚିକିତ୍ସା କରୁଛନ୍ତି।