ଏଇ ଭାରତରେ

ମୁରୁକେଶାନଙ୍କ ପେସା ମାଛ ଧରିବା। ହେଲେ ସେହି କାର୍ଯ୍ୟ ମଧ୍ୟରେ ସେ ୧ ଲକ୍ଷ ଗଛ ଲଗାଇପାରିଛନ୍ତି। ଏଥିପାଇଁ ତାଙ୍କୁ ଲୋକେ ‘ମ୍ୟାନ୍‌ଗ୍ରୋଭ ମ୍ୟାନ୍‌’ ବୋଲି ସମ୍ବୋଧନ କରୁଛନ୍ତି। ମୁରୁକେଶାନ ରହନ୍ତି କୋଚିରେ, ପଢିଛନ୍ତି ୮ମ ଯାଏ। ସେ ଲଗାତର ବାତ୍ୟାରେ ମ୍ୟାନ୍‌ଗ୍ରୋଭ ହ୍ରାସ ପାଉଥିବା ଲକ୍ଷ୍ୟ କରି ୧୦ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୨୩ରେ ଗଛ ଲଗା ଅଭିଯାନ ଆରମ୍ଭ କରିଥିଲେ। ଏବେ ସୁଦ୍ଧା ସେ ଏହି କାର୍ଯ୍ୟରେ ନିଜକୁ ସମର୍ପିତ କରି ଦେଇଛନ୍ତି। ମୁରୁକେଶାନ ୨୦ ବର୍ଷ ବୟସରେ ମାଛଧରାରେ ଜଡ଼ିତ ରହିବା ସମୟରୁ ମ୍ୟାନ୍‌ଗ୍ରୋଭ ଓ ଉପକୂଳର ସୁରକ୍ଷା ବିଷୟ ଚିନ୍ତା କରିଥିଲେ। ସମୟ ଆଗକୁ ବଢିବାବେଳେ ସେ ଯୋଜନା ପ୍ରସ୍ତୁତ କରି ମ୍ୟାନ୍‌ଗ୍ରୋଭର ସୁରକ୍ଷା ପ୍ରତି ସମୟ ଦେଇଥିଲେ। ଏବେ ମୁରୁକେଶାନଙ୍କ କାର୍ଯ୍ୟରେ ସ୍ବାମୀନାଥନ ଫାଉଣ୍ଡେଶନ ଆଣ୍ଡ ଗ୍ରାସ୍‌ରୁଟ ସହଯୋଗ କରୁଛି। ସେ ଜୀବନ ସାରା ଏହି କାର୍ଯ୍ୟରେ ବିତାଇବେ ବୋଲି କହିଛନ୍ତି। କେବଳ ଏତିକି ନୁହେଁ, ସେ ଏହି ଗଛ ଲଗାଇବା ଲାଗି ଅନ୍ୟମାନଙ୍କୁ ପ୍ରେରିତ କରୁଛନ୍ତି ଓ ପ୍ରତିବର୍ଷ ୧୦ଟି ମ୍ୟାନ୍‌ଗ୍ରୋଭ ଚାରା ରୋପଣ କରିବାକୁ ପରାମର୍ଶ ଦେଉଛନ୍ତି।