ଏଇ ଭାରତରେ

ଭାରତରେ କିଛି ବିଶେଷ କାର୍ଯ୍ୟ ପାଇଁ କେତେକ ଗାଁ ସ୍ବତନ୍ତ୍ର ପରିଚିତି ହାସଲ କରିପାରିଛନ୍ତି। ସେଗୁଡ଼ିକ ମଧ୍ୟରେ ପଶ୍ଚିମବଙ୍ଗର ଅନିୟା ଓ ଗଙ୍ଗପୁର ଅନ୍ୟତମ। ଏହି ଦୁଇ ଗାଁ ଦିନକୁ ୬ କୁଇଣ୍ଟାଲ ରାବିଡ଼ି ପ୍ରସ୍ତୁତ କରି ବିଭିନ୍ନ ଜାଗାକୁ ଯୋଗାଉଛନ୍ତି। କୋଲକାତା ନିକଟରେ ଥିବା ଏହି ଦୁଇ ଗାଁକୁ ଲୋକେ ରାବିଡ଼ି ଗାଁ ଭାବେ ଜାଣନ୍ତି। ଗାଁରେ ରାବିଡ଼ି ୟୁନିଟ୍‌ ଅଛି। ୟୁନିଟ୍‌ଗୁଡ଼ିକରେ ରାବିଡ଼ି ପ୍ରସ୍ତୁତ କାର୍ଯ୍ୟରେ ଶତାଧିକ ମହିଳା ନିଯୁକ୍ତ ହୋଇ ଆମତ୍ନିର୍ଭରଶୀଳ ହୋଇପାରିଛନ୍ତି। ନିଯୁକ୍ତ ମହିଳାମାନେ ପ୍ରତି ମାସରେ ୨୦,୦୦୦ ଟଙ୍କା ରୋଜଗାର କରୁଛନ୍ତି। ହାରାହାରି ଜଣେ ମହିଳା ଦିନକୁ ୧୬ କେଜି ରାବିଡ଼ି ପ୍ରସ୍ତୁତ କରୁଛନ୍ତି। ୧୯୮୦ ଦଶକରେ ପାନାଲାଲ ବଲ୍‌ଟି ନାମକ ବ୍ୟକ୍ତି ପ୍ରଥମେ ଅନିୟାରେ ମିଠା ଦୋକାନ କରି ସେଠାରେ ରାବିଡ଼ି ପ୍ରସ୍ତୁତି ଆରମ୍ଭ କରିଥିଲେ। ପରେ ଏହି କାର୍ଯ୍ୟରେ ଗାଁର ୭୦ ପରିବାର ଜଡ଼ିତ ହୋଇଥିଲେ। ଏହାର ପ୍ରଭାବ ଗଙ୍ଗପୁରରେ ପଡ଼ିଥିଲା ଓ ସେହି ଗାଁରେ ଲୋକେ ରାବିଡ଼ି ତିିଆରିରେ ଜଡ଼ିତ ହୋଇଛନ୍ତି। ଏବେ ଦୁଇ ଗାଁର ପ୍ରାୟ ସବୁ ପରିବାର ଏଥିରେ ସାମିଲ ହୋଇଛନ୍ତି।