ଏଇ ଭାରତରେ

ନାଁ ତାଙ୍କର କରିମୁଲ୍‌ ହକ୍‌, କିନ୍ତୁ ତାଙ୍କୁ ଡାକନ୍ତି ଆମ୍ବୁଲାନ୍ସ ଦାଦା। ଘର ପଶ୍ଚିମବଙ୍ଗର ଜଲ୍‌ପାଇଗୁଡ଼ି ଜିଲାରେ। ସେ ରୋଗୀମାନଙ୍କୁ ମୋଟର ବାଇକ୍‌ରେ ହସ୍ପିଟାଲ ନେଉଛନ୍ତି। ଏବେ ସୁଦ୍ଧା ସେ ୫୫୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇ ସାରିଛନ୍ତି। କରିମୁଲ୍‌ଙ୍କ ବୟସ ୫୫। ଆମ୍ବୁଲାନ୍ସ ଠିକ୍‌ ସମୟରେ ନ ମିଳିବାରୁ ସେ ତାଙ୍କ ମା’ଙ୍କୁ ହରାଇଥିତ୍ଲେ। ପରେ ଏଭଳି ଅବସ୍ଥା କାହା ପାଇଁ ନ ଆସୁୁ, ଏହା ଭାବି ସେ ୧୯୯୮ରେ ଆରମ୍ଭ କରିଥିଲେ ମୋଟର ସାଇକେଲ ଆମ୍ବୁଲାନ୍ସ। ଜଲ୍‌ପାଇଗୁଡ଼ି ଜିଲାର ପ୍ରାୟ ୨୦ଟି ଗାଁରୁ ସେ ରୋଗୀମାନଙ୍କୁ ମୋଟରସାଇକେଲରେ ନେଇ ହସ୍ପିଟାଲରେ ପହଞ୍ଚାଉଛନ୍ତି। ଏହି ସବୁ ଗାଁଗୁଡିକରେ ଚଉଡ଼ା ରାସ୍ତା ନାହିଁ। ଗାଁକୁ ଆମ୍ବୁଲାନ୍ସ ଆସିବା ସମ୍ଭବ ହେଉ ନ ଥିବାରୁୁ ବାଇକ୍‌ ଆମ୍ବୁଲାନ୍ସରେ ରୋଗୀଙ୍କୁ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇ ହେଉଛି ବୋଲି କହନ୍ତି କରିମୁଲ୍‌। ଦିନରାତି ସେ ଏହି କାମରେ ଲାଗିଛନ୍ତି। ସେ ତାଙ୍କ ପୁଅଙ୍କୁ ବି ଏହି ସେବାରେ ଲଗାଇ ଦେଇଛନ୍ତି। ସେ ଗାଁରେ ନିୟମିତ ସ୍ବାସ୍ଥ୍ୟ ଶିବିର ଆୟୋଜନ କରୁଛନ୍ତି। ହସ୍ପିଟାଲ କରିବା ଲାଗି ଜମି ବି ଦାନ କରିଛନ୍ତି। ଲକ୍‌ଡାଉନ ସମୟରେ ଏହି ସେବା ଯୋଗାଇବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଚ ଥିତ୍ଲା। କିନ୍ତୁ ସେ ଏହାକୁ ସୁଚାରୁ ରୂପେ ପରିଚାଳନା କରିଛନ୍ତି। କେବଳ ଏତିକି ନୁହେ,ଁ ଲକ୍‌ଡାଉନ ସମୟରେ କରିମୁଲ୍‌ ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ବାଣ୍ଟିଛନ୍ତି।